ଗୀତାମନ୍ଦିରର ରତ୍ନମୁଦ ଉତ୍ସବ

add-all

ହିଞ୍ଜିଳିକାଟୁ (୩/୭) : ହିଞ୍ଜିଳିକାଟୁ ପୌରାଚଂଳର ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ଭବନ ପରିସରରେ ଥିବା ରାଧାକୃଷ୍ଣ ପ୍ରାସାଦ ଜୀର୍ଣୋଦ୍ଧାର ଶ୍ରୀରାମଦୂତ ହନୁମାନ ନିର୍ମାଣାଧୀନ ନୂତନ ମନ୍ଦିରର ରଵିବାର ରତ୍ନମୁଦ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ଉପରକୁ ଯାଇ! ଶ୍ରଦ୍ଧାଳୁ ସୁବିଧାରେ କିପରି ଶୁଭ ରତ୍ନମୁଦ ଉତ୍ସବରେ ଅଂଶ ଗ୍ରହଣ କରି ପାରିବେ ସେଥି ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ୪ଶହରୁ ଊଦ୍ଧ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପଣ୍ଡିତ ସଙ୍କର୍ଷଣ ପାଠୀ (ନନ୍ଦିକ) ଓ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ ଶାସନ) ଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ସମୟରେ ପୂଜା ଆରମ୍ଭ ହୋଇ ସମସ୍ତ କାର୍ଯ୍ୟ ସଂପନ୍ନ ହୋଇଥିଲା ।

ad-week
Leave A Reply

Your email address will not be published.