ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ : ଦାରିଙ୍ଗବାଡି ପ୍ରେସକ୍ଳବର ପ୍ରତିବାଦ

add-all

ଦାରିଙ୍ଗବାଡି, (୪/ ୭) : ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦେଶ୍ୟ ମୁଳକ ଭାବେ କାଇମ୍ର ବ୍ରାଞ୍ଚ ଇଓଡ୍ଳୁ ପକ୍ଷରୁ ଗିରଫ କରାଯାଇଥିବା ଘଟଣାର ପ୍ରତିବାଦରେ ଆଜି ଦାରିଙ୍ଗବାଡି ପ୍ରେସକ୍ଳବ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ଯରେ ଏକ ସ୍ମାରକପତ୍ର ସ୍ଥାନିୟ ବିଡିଓ ଗଦାଧର ପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ସରକାର ଓ ସରକାରଙ୍କ ତଦନ୍ତ କରୀ ବିଭାଗ ଜଣେ କର୍ତ୍ତବ୍ୟରତ ଜଣେ ସାମ୍ବାଦିକଙ୍କୁ ଗିରଫ କରିବାର ଯେଉଁ ଭଳି ତତ୍ପରତା ଦେଖାଇଲା ତାହା ସତକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକ ମାନଙ୍କୁ କଣ୍ଠରୋଧ କରିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ କୋଠାର ଘାତ କରୁଛି ଯାହାକୁ ସମସ୍ତ ଗଣମାଧ୍ୟମ ତ୍ରୀବ ନିନ୍ଦା କରୁଛି। ବରିଷ୍ଠ ସାମ୍ବାଦିକ ଶ୍ରୀ ଦାସଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ନିରପେକ୍ଷ ଭାବେ ତଦନ୍ତ କରିବା ପାଇଁ ଦାବି କରାଯାଇଛି । ସ୍ମାରକ ପତ୍ର ପ୍ରଦାନ ପୂର୍ବରୁ ଦାରିଙ୍ଗବାଡି ସ୍ଥିତ ପଥ ପ୍ରାନ୍ତ ସୁବିଧା କେନ୍ଦ୍ରରେ ପ୍ରେସକ୍ଳବର ସଭାପତି ପ୍ରେମଚାନ୍ଦ ସିଂଙ୍କ ନେତୃତ୍ୱରେ ଲକ୍ଷ୍ମୀକାନ୍ତ ରାଜଗୁରୁ, ରାଜୀବ ମୁଠାମାଝି, ମନୋରଞ୍ଜନ ରଣା, ମାଧବ ପାଇକ, ଅଶୋକ ସିଂ, ବରୁଣ କୁମାର ସିଂ, ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ ସଭାକରି ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ad-week
Leave A Reply

Your email address will not be published.