ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି ଦୁଇ କିଡ଼ନୀ ରୋଗୀ, ସରକାରୀ ସହାୟତାକୁ ଅପେକ୍ଷା

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ପ୍ରତିବର୍ଷ କିଡ଼ନୀ ଜନିତ ସମସ୍ୟା ଦେଖାଯାଇଥିବା ବେଳେ ବହୁ ଏଥିରେ ପ୍ରାଣ ମଧ୍ୟ ହରାଇଛନ୍ତି।କିଏ ଚିକିତ୍ସା ଅଭାବ ରୁ ଘରେ ପଡି ଶଯ୍ୟାଶାୟୀ ହୋଇ ପ୍ରାଣ ହରାଉଥିବା ବେଳେ କିଏ ରୋଗ ର ଚିକିତ୍ସା ପାଇଁ ତ ଆଉ କିଏ ଅର୍ଥ ଅଭାବ ରୁ ମୃତ୍ୟୁ ବାଟକୁ ଚାହିଁ ବସିଛନ୍ତି ।
କାଲିମେଳା ସଦର ର ଆଦିବାସୀ କଲୋନୀ ବଳରାମ ହରିଜନ ଓ ପଦ୍ମା ମୁଦୁଲି ଦୁଇ ଜଣ ଏବେ କିଡ଼ନୀ ରୋଗ ରେ ପୀଡିତ। ଗରିବ ଶ୍ରେଣି ର ହୋଇଥିବା ରୁ ଭଲ ଚିକିତ୍ସା ହୋଇ ନ ପାରି ଶଯ୍ୟାଶାୟୀ ଅବସ୍ତା ରେ ନିଜ ମୃତ୍ୟୁ କୁ ଅପେକ୍ଷା କରି ବସିଛନ୍ତି। ସେପଟେ ଉଭୟ ଙ୍କ ପରିବାର ବର୍ଗ ସରକାରୀ ସହାୟତା କୁ ଅପେକ୍ଷା କରିବା କହିଛନ୍ତି।

ଜିଲ୍ଲା ର କାଲିମେଳା ଓ ପୋଡ଼ିଆ ବ୍ଲକ୍ ର ପ୍ର୍ୟତେକ ଗ୍ରାମ ରେ ବହୁତ୍ କିଡ଼ନୀ ରୋଗୀ ଥିବା ବେଳେ ବହୁତ୍ ଜଣ ମୁତ୍ୟୁ ମୁଖ ରେ ପଡ଼ିଲେନି।ସଚେତନତା ଅଭାବ ଓ ଲୌହ ଯୁକ୍ତ ପାଣି ଏହାର କାରଣ ହୋଇଥାଏ ବୋଲି ଆଲୋଚନା ହେଉଥିବା ବେଳେ ଜିଲ୍ଲାପ୍ରଶାସନ ଏଥି ପ୍ରତି ଦୃଢ଼ ପଦେକ୍ଷପ ନେବା ଆବଶ୍ୟକ।
ସେପଟେ ଜିଲ୍ଲା ରେ ସମସ୍ତ କିଡ଼ନୀ ରୋଗୀ ଙ୍କୁ ଚିହ୍ନଟ କରିବା ସେମାନ ଙ୍କୁ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସରକାରୀ ସହାୟତା ଯୋଗାଇ ଦେବା ଆବଶ୍ୟକ ଥିବା ବୁଦ୍ଧିଜିବୀ ମାନେ ମତ ଦେଇଛନ୍ତି

ad-week
Leave A Reply

Your email address will not be published.