୧୨ ହଜାର ୧୦୦ କୋଟି ଟଙ୍କାରେ ନୀଳାଚଳ ଇସ୍ପାତ କାରଖାନା କିଣିଲା ଟାଟା

add-all

ଭୁବନେଶ୍ୱର: ପୁଣି ଚାଲିବ ନୀଳାଚଳ ଇସ୍ପାତ କାରଖାନା । ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରକ୍ରିୟା ଶେଷ ହେବା ପରେ ନୀଳାଚଳ ଇସ୍ପାତ ନିଗମକୁ ହାତକୁ ନେଇଛି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ। ନୀଳାଚଳ ଇସ୍ପାତ ନିଗମରେ କେନ୍ଦ୍ର ସରକାରଙ୍କର mmtc, nmdc, bhel, mecon ସହ ଓଡ଼ିଶା ସରକାରଙ୍କର ଓଡ଼ିଶା ଖଣି ନିଗମ ଓ ଇପିକଲର ମିଳିତ ଅଂଶଧନ ଥିଲା। ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପୁଞ୍ଜି ପ୍ରତ୍ୟାହାର ବାବଦକୁ ୧୨ ହଜାର ୧୦୦ କୋଟି ଟଙ୍କା ପ୍ରଦାନ କରିଛି ଟାଟା । ଯାହାକି ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ବକେୟା ପାଉଣା, ଆନୁଷଙ୍ଗିକ ଖର୍ଚ୍ଚକୁ ଏହା ଭରଣା କରିଛି। ଶ୍ରମିକଙ୍କ ବକେୟା ପାଉଣା ବାବଦକୁ ୩୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ୮ ବର୍ଷରେ ୮୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ୧୦ ମିଲିଅନ ଟନ ବୃଦ୍ଧି ସହ କଳିଙ୍ଗନଗରରେ ଇସ୍ପାତ ଉତ୍ପାଦନ କ୍ଷମତା ୩୦ ମିଲିଅନ ଟନ ହେବ ବୋଲି ଆକଳନ କରାଯାଉଛି ।

୩୧ ଜାନୁଆରୀ ୨୦୨୨ରେ ଟିସିପିଏଲ୍ ସର୍ବୋଚ୍ଚ ବିଡିଂ ଅନୁମୋଦନ ପରେ ବିଜେତାକୁ ଗତ ଫେବୃଆରୀ ମାସରେ ସେୟାର କ୍ରୟ ଚୁକ୍ତିନାମାରେ ଲେଟର ଅଫ ଆୱାର୍ଡ଼ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାର ଆଗାମୀ ଦିନରେ ୩୦୦ ଏକର ଜମିରେ ଯାଜପୁର କଳିଙ୍ଗ ନଗରରେ ଆନ୍ସିଲାରି ଡାଉନ୍ ଷ୍ଟିମ୍ ପାର୍କ କରିବା ଯୋଜନା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଡିପାର୍ଟମେଣ୍ଟ ଅଫ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟମେଣ୍ଟର ସଚିବ ତୁହିନକାନ୍ତ ପାଣ୍ଡେ । ଏହି ଅବସରରେ tcpl, omc ଓ ଇପିକଲର ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.