ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ

add-all

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ବଂଧଗଡ଼ ଏମ.ଇ.ସ୍କୁଲ ପରିସର ରେ ୭୩ ତମ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ ମଲିକ ଯୋଗଦେଇ ଥିବା ବେଳେ ବରିଷ୍ଠ ଫରେଷ୍ଟର ସରୋଜ ମିଶ୍ର ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକରୂ ଅଧିକ ବୃକ୍ଷରୋପଣ କରିବାଲାଗି ପରାମର୍ଶ ଦେଇଥିଲେ l ସେହିପରି ଜଙ୍ଗଲରେ ନିଆଁ ନଲଗାଇବା ବନ୍ୟ ଜନ୍ତୁର ସୁରକ୍ଷା କରିବା ନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣରୂ ରକ୍ଷା ପାଇବେ ବୋଲି ଫରେଷ୍ଟର ମିଶ୍ର କହିଥିଲେ lଏହି କାର୍ଯ୍ୟକ୍ରମରେ ଇକୋ କ୍ଲବ ଛାତ୍ର, ଛାତ୍ରୀ, ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l

ad-week
Leave A Reply

Your email address will not be published.