ସାମ୍ବାଦିକ ମହାଦେଵ ସାହୁଙ୍କ ପୁତ୍ର ଶଶାଙ୍କଙ୍କ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ

add-all

ଫୁଲବାଣୀ : ଆଜି ମଙ୍ଗଳବାର ଟ୍ରାକ୍ଟର ଦୂର୍ଘଟଣାରେ ଫୁଲବାଣୀର ଜଣା ଶୁଣା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ପୁତ୍ର ଶଶାଙ୍କ ଶେଖର ସାହୁଙ୍କ ଅକାଳ ମୃତ୍ଯୁ ଘଟିଛି l ଶଶାଙ୍କ ଖଜୁରୀପଡା ବ୍ଲକର ଖଲି ବେରଣା ସ୍ଥିତ ନିଜ ଫାର୍ମ ରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଵା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇଯିବା ଫଳରେ ଘଟଣା ସ୍ଥଳରେ ଶଶାଙ୍କଙ୍କ ମୃତ୍ଯୁ ଘଟିଥିଲା lମୃତ୍ଯୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା l ଶଶାଙ୍କଙ୍କ ଅକାଳ ମୃତ୍ଯୁ ରେ ସହର ରେ ଶୋକର ଛାୟା ଖେଳିଯାଇଛି l ଶଶାଙ୍କ ସାହୁ ଜଣେ ଭଲ ସଂଗଠକ,ସମାଜସେବୀ, ଓ ପରୋପକାରୀ ଵ୍ୟକ୍ତି ଥିଲେ l ସେଭ ନାମକ ଏକ ସ୍ଵେଛାସେବୀ ସଂଗଠନ ଗଠନ କରି ଜିଲାର ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ବିକାଶ ଦିଗରେ ଉଦ୍ୟମ କରିଆସୁଥିଲେ lତାଙ୍କର ଅକାଳ ମୃତ୍ଯୁରେ ଆନନ୍ଦ ମାର୍କେଟ ସମେତ ଅନ୍ୟାନ୍ୟ ମାର୍କେଟ ବନ୍ଦ ରହିଥିଲା lସେହିପରି ଶଶାଙ୍କ ସାହୁଙ୍କ ମୃତ୍ଯୁରେ ସମାଜ ସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ,କନ୍ଧମାଳ ମିଡିଆ ଫୋରମର ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଏବଂ ବଡ଼ଖବରର ଡିସି ବାପି ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା,ବିଜୟ ମହାନ୍ତି, ଅଶୋକ ମହାନ୍ତି, ସନ୍ତୋଷ ଦିଗଲ, ନାରାୟଣ ସାହୁ,କାହ୍ନୁ ଚରଣ ଶତପଥୀ ସମାଜସେବୀ ମହମଦ ଜିଆଉଦିନ, ସ୍ଵାତି, ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରଦୀପ ଦାଶ, ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା, ନିପୀଡିତ ମୁଖ୍ୟ ରାମ ଚନ୍ଦ୍ର ଦାସ, ସାଲୁଙ୍କି ମୂଖ୍ୟ ଅଶୋକ ପ୍ରଧlନ, ପାହାଡ଼ ସଂଗଠନ ମୁଖ୍ୟ ପଞ୍ଚାନନ ମିଶ୍ର, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତିl ସେହିପରି ଶଶାଙ୍କଙ୍କ ଅକାଳ ମୃତ୍ଯୁ ଖବର ଫୁଲବାଣୀ ସ୍ୱେଛାସେବୀ ମହାସଂଘର ସମସ୍ତ କର୍ମକର୍ତା ପହଞ୍ଚି ଶୋକ ବ୍ୟକ୍ତ କରିଥିଲେ l

ad-week
Leave A Reply

Your email address will not be published.