
ଫୁଲବାଣୀ : ଆଜି ସମସ୍ତ ଟ୍ରାକ୍ଟର ମାଲିକ ମାନେ ମିଳିତ ହୋଇ ଅତ୍ୟଧିକ ପେନାଲ୍ଟି ଫୁଲବାଣୀ ତହସିଲଦାର ଆଦାୟ କରୁଥିବା ଅଭିଯୋଗ କରିବା ସହ ଏ ସଂକ୍ରାନ୍ତରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପତ୍ର ରେ ଯାହା ଲିଖିତ ଅଛି ଯେ ଟ୍ରାକ୍ଟର ମାଲିକ ମାନେ ଦିର୍ଘଦିନ ହେବ ଫୁଲବାଣୀ ସହରର ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟକୁ ଜିନିଷ ଯୋଗାଇ ଦେଇ ଆସୁଅଛନ୍ତି । ଉକ୍ତ ସାମଗ୍ରୀ ତଥା ବାଲି, ପଥର, ଗୁଡ଼ି,ମେଟାଲ ଗୁଡିକୁ ପରିବହନ କରିବା ସମୟରେ ତହସିଦାରଙ୍କ ଦ୍ବାରା ଆର୍ଥିକ ପ୍ରତାରଣା ହେଉଅଛି । ଆମ ସହରର ନିକଟବର୍ତୀରେ କୌଣସି ଲଘୁ ଖଣିଜ ଦ୍ରବ୍ୟର ଖାଦାନ ନାହିଁ । ତେଣୁ ତହସିଲଦାର ଦାବୀ କରୁଥିବା ଫାଇନ ଦେବା ପାଇଁ ଆମ୍ଭମାନଙ୍କ ପକ୍ଷେ ଦେବା ସମ୍ଭବପର ହେଉନାହିଁ । ପୂର୍ବରୁ ତହସିଲ୍ଦାର ଯେତିକି ପରିମାଣ ପେନାଲ୍ଟି ଆଦାୟ ପରାମର୍ଶକ୍ରମେ ପ୍ରତ୍ୟେକ ମାସରେ ପ୍ରତି ଟ୍ରାକ୍ଟର ପିଛା ଟ.୫୧୦୫/- (ପାଞ୍ଚ ହଜାର ଏକ ଶହ ପାଞ୍ଚ ଟଙ୍କା) ପ୍ରଦାନ କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ କିଛିଦିନ ହେବ ତହସିଲ୍ଦାର ଟ.୧୦,୦୦୦/- (ଦଶ ହଜାର ଟଙ୍କା) ମାତ୍ର ପେନାଲ୍ଟି କାଟୁଛନ୍ତି । ଯାହା ଆମମାନଙ୍କର ଗାଡ଼ିର ଏକ ମାସର କିସ୍ତି ସହିତ ସମାନ ଅଟେ ବୋଲି ଦାବିପତ୍ର ରେ ଉଲ୍ହେଖ କରିଛନ୍ତି। ଯାହାକି ଆମ ସକ୍ଷମ ଠାରୁ ବହୁତ ଅଧିକ । ଏହାଦ୍ୱାରା ଆମ୍ଭେମାନେ ଆମର ପରିବାର ପ୍ରତିପୋଷଣ କରିବା ପାଇଁ ଅକ୍ଷମ ଅଟୁ । ଏଣୁ ଆପଣ ଉକ୍ତ ବିଷୟ ପ୍ରତି ଅନୁଧ୍ୟାନ କରି ଆମ୍ଭମାନଙ୍କର କିଛି ରାୟ ପ୍ରଦାନ କଲେ ଆମ୍ଭେ ସମସ୍ତଙ୍କୁ ସାମଗ୍ରୀ ଯୋଗାଇବା ସହ ପରିବାର ପ୍ରତିପୋଷଣ କରିବୁ ବୋଲି କହିଛନ୍ତି।ଯଦି ପ୍ରଶାସନ ଉକ୍ତ ବିଷୟ ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ ଟ୍ରାକ୍ଟର ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସରକାରୀ ଓ ବେସରକାରୀ କାର୍ଯ୍ୟକୁ ଜିନିଷ ଯୋଗାଇବା ବନ୍ଦ କରିବୁ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି।ଏହି ଘଟଣାକୁ ପ୍ରଶାସନ ଶୀଘ୍ର ସମାଧାନ କରାଯାଉ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଶଙ୍କର ପାଣିଗ୍ରାହୀ, ଗଣେଶ ବେହେରା, ପ୍ରଦୀପ ଦିଗାଲଙ୍କ ସମେତ ସମସ୍ତ ଟ୍ରାକ୍ଟର ମାଲିକ ମାନେ ଯଦି ଶୀଘ୍ର ସାମାଧନ ନକଲେ ସମଗ୍ର ଜିଲ୍ଲାର କାର୍ଯ୍ୟ ବନ୍ଦ କରିବୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।