ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ମାଗିବାକୁ କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲା ବିଜେଡି

add-all

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ମାଗିବାକୁ କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଛନ୍ତି ବିଜେଡିର ପ୍ରତିନିଧୀଦଳ ଭେଟିଛନ୍ତି। ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଓ ବିଧାୟକ ରାଜକିଶୋର ଦାସ ଦଳ ହୋଇ ଯାଇ ରାଜନ ଏକ୍କାଙ୍କୁ ଭେଟି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି।

ରାଜନ ଏକ୍କା ନିଜେ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ଅଧିକାର ପାଇଁ ଭୋଟ ଦେବାକୁ ସେମାନେ ଅନୁରୋଧ କରିଛନ୍ତି ବୋଲି ବିଜେଡି ଟିମ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ କଂଗ୍ରେସ ବିଧାୟକ ରାଜନ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି କି କଂଗ୍ରେସର ନୀତି ଆଦର୍ଶ ବିଜେପିଠାରୁ ଅଲଗା। କଂଗ୍ରେସ ଗାନ୍ଧୀ ଆଦର୍ଶରେ ଚାଲିଛି, ଯଶବନ୍ତ ସିହ୍ନାଙ୍କୁ ଦଳ ବହୁ ଆଗରୁ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ଦ୍ରୌପଦୀଙ୍କୁ ସମର୍ଥନର ପ୍ରଶ୍ନ ଉଠୁ ନାହିଁ।

ad-week
Leave A Reply

Your email address will not be published.