ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓଲଟି ୧ ମୃତ, ୩୦ ଆହତ

add-all

ରାୟଗଡ଼ା : ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ରେ ଜଣେ ମୃତ ପ୍ରାୟ ୩୦ ଆହାତ ମଧ୍ୟରୁ ୧୪ ଗୁରୁତରଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ ରେ ଭର୍ତି କରାଯାଇଛି, ମୃତ୍ୟୁ ହୋଇଥିବା ଜଣେ ମହିଳା ତାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାଟି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଘରୋଇ ବସ, ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଆହାତ ହୋଇଥିବା ବେଳେ ୧୪ ଜଣ ସଙ୍କଟାପନ ରହିଛନ୍ତି |

ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ, ଗୁଣୁପୁର ଓ ମୁକୁନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି , ରାତି ପ୍ରାୟ ୧୨ଟା ବେଳେ ଦୁର୍ଘଟଣା ଘଟିଛି, ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି, ବସ ଟି ପାରଳାଖେମୁଣ୍ଡି ଠାରୁ ଉମରକୋର୍ଟ ଯାଉଥିବା ସାଇକୃପା ନାମକ ଘରୋଇ ବସ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.