ନାସିକରେ ମୁସଲମାନ ଧର୍ମଗୁରୁଙ୍କୁ ହତ୍ୟା

add-all

ନୂଆଦିଲ୍ଲୀ: ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ଧର୍ମ ଗୁରୁଙ୍କୁ ଗୁଳି ମାରି ହତ୍ୟା। ମଙ୍ଗଳବାର ମହାରାଷ୍ଟ୍ର ନାସିକରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାସିକ ସ୍ଥିତ ୟେଓଲା କସ୍ବେରେ ତାଙ୍କୁ ହତ୍ୟା କରାଯାଇଛି। ଏନେଇ ପୁଲିସ କହିଛି ୩୫ ବର୍ଷିୟ ମୃତକ ଜଣକ ହେଉଛି ଖ୍ୱାଜା ସୈୟଦ ଚିସ୍ତି। ସେ ୟେଓଲାରେ ସୁଫି ବାବା ନାମରେ ପରିଚିତ ଥିଲେ। ତେବେ ବର୍ତ୍ତମାନ ଯାଏ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଖ୍ୱାଜା ସୈୟଦ ଚିସ୍ତେ ଆଫଗାନିସ୍ତାନେ ରହୁଥିଲେ। ଏବେ ନାସିକରେ ରହୁଥିଲେ।ଆକ୍ରମଣକାରୀ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପୁଲିସ କହିଛି, ଏହି ହତ୍ୟାକାଣ୍ଡରେ ୪ ଜଣ ଦୃର୍ବୁତ୍ତ ସାମିଲ ରହିଥିଲେ। ଘଟଣାସ୍ଥଳରୁ ତାଙ୍କ ଏସୟୁଭି ଜବତ କରାଯାଇଛ। ତେବେ ଏହି ହତ୍ୟା କରିବା ପରେ ଚାରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.