ରକ୍ତଦାନ ଶିବିର ସକାଶେ ପ୍ରାକ୍ ପ୍ରସ୍ତୁତି ବୈଠକ

add-all

ହିଞ୍ଜିଳିକାଟୁ, ୬/୭: ଆସନ୍ତା ୧୧ ତାରିଖ ସୋମବାର ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ କରୋନା ଯୋଦ୍ଧା ତଥା ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ତୀରୋଧାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। । ଏହି ଅବସରରେ ଵୁଧବାର ପୂର୍ଵାହ୍ନରେ ସ୍ଥାନୀୟ ପୈାରାଞ୍ଚଳ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବ ସମ୍ପାଦକ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ ବୈଠକରେ ଶିବିର ଆୟୋଜନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶିବିରରେ ସର୍ବନିମ୍ନ ୧୦୦ ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ଆଲୋଚନା କରାଯିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଦେବାନନ୍ଦ ମହାପାତ୍ର, ନୃସୀଂହ ପ୍ରସାଦ ପଟ୍ଟନାୟକ,, ପୁର୍ଣ୍ଣ ଗଉଡ, ଶୁସାନ୍ତ ପ୍ରଧାନ, ଟୁଟୁ ମୁନି ,ସୁନିଲ କୁମାର ପଟ୍ଟନାୟକ ,ସୁନିଳ କୁମାର ସେଠି,ବିଭୁପ୍ରସାଦ ପଣ୍ଡା ,ରାକେଶ ସାହୁ,ଶଙ୍କର ନାହାକ,ସଂସ୍କାର ପଟ୍ଟନାୟକ ଙ୍କସମେତ ସ୍ଥାନୀୟ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.