ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନା ନିମନ୍ତେ ଏସ୍.ଓ.ପି. ଜାରି କରାଗଲା

add-all

ଛତ୍ରପୁର (୦୬/୦୭) : ଗଞ୍ଜାମ ଜିଲ୍ଲାରେ ବହୁଦିନ ଧରି କୋଭିଡ୍ ସଂକ୍ରମଣ ସଂଖ୍ୟା ଶୂନରେ ଥିଲା । ବିଗତ ଦୁଇଦିନ ତଳେ ଜଣେ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଥିବା ଖବର ମିଳିବା ପରେ କୋଭିଡ୍ ସଂଖ୍ୟା ଜିଲ୍ଲାରେ ଯେପରି ବୃଦ୍ଧି ହେବ ନାହିଁ ସେଥି ସକାଶେ ପୂର୍ବ ସତର୍କତା ମୂଳକ ଏସ୍.ଓ.ପି. ଜାରି କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଗୁଡିକରେ ଆଇସୋଲେସନ୍ ଓ୍ବାର୍ଡ ପ୍ରସ୍ତୁତ କରି ଜନସାଧାରଣଙ୍କ ଚିକିତ୍ସା ନିମନ୍ତେ ସୁପରିନଟେଣ୍ଡେଣ୍ଟ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜ୍ବରର ଚିକିତ୍ସା ନିମନ୍ତେ ଏ ସମସ୍ତ ଚିକିତ୍ସାଳୟ ଗୁଡିକରେ ଉତ୍ସର୍ଗୀକୃତ ସେବା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ନିଯୁକ୍ତି କରିବା ପାଇଁ କୁହାଯାଇଛି । କୋଭିଡ୍ ଲକ୍ଷଣ ରହୁଥିବା ବ୍ୟକ୍ତିବିଶେଷଙ୍କ ଟେଷ୍ଟ ନିମନ୍ତେ ଆର୍.ଟି.ପି.ସି.ଆର୍ ଏବଂ ଆଣ୍ଟିଜେନ୍ ଟେଷ୍ଟ ସଂଖ୍ୟା ବୃଦ୍ଧିକରବା ପାଇଁ କୁହାଯାଇଛି । ଗୋଷ୍ଠୀସ୍ବସ୍ଥ୍ୟକେନ୍ଦ୍ର ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆର୍.ଆର୍.ଟି ଟିମ୍ (ରାପିଡ୍ ରେସପନ୍ସ ଟିମ୍) ଗଠନ କରାଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସେମାନଙ୍କର ସ୍ବାସ୍ଥ୍ୟଜନିତ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶନାମା ରହିଛି । ଲୋକଙ୍କୁ ସଚେତନ କରିବା, ମାସ୍କ ପରିଧାନ କରିବା, ସାନିଟାଇଜର୍ ବ୍ୟବହାର କରିବା ଓ ସାମାଜିକ ଦୂରତାର ଅନୁପାଳନ କରିବା ଦିଗରେ ସତର୍କ ଦୃଷ୍ଟି ରଖିବା ପାଇଁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଓ କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଅଛି । କ୍ଷେତ୍ର ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରି ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଏ.ଏନ୍.ଏମ୍. ଗଣ ଲକ୍ଷଣ ରହୁଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଚିହ୍ନଟ କରିବେ ।

ad-week
Leave A Reply

Your email address will not be published.