ଗୋରାସେତୁରେ ବନମହୋତ୍ସବ ପାଳିତ

add-all

ଚିତ୍ରକୋଣ୍ଡା (୦୬/୦୭) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନେତୃତ୍ୱରେ ଯନ୍ତ୍ରୀ ସେକ୍ସନ ବନପାଳ ନିରଞ୍ଜନ ସାହୁ ଙ୍କ ପରିଚାଳନାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଦୁର୍ଗମ ପାହାଡି ତଳ ଗୋରାସେତୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଉକ୍ତ ବିଦ୍ୟାଳୟ ର ଶିକ୍ଷକ ଭ୍ରମରବର ରାଉତ ଏବଂ ରେବତୀକାନ୍ତ ନାୟକ ଙ୍କ ସହଯୋଗରେ ବନ ମହୋତ୍ସବ ସପ୍ତାହ ଅବସରରେ ୭୩ ତମ ବନ ମହୋତ୍ସବ ପାଳନ କରାଯାଇଛି | ବନ ମହୋତ୍ସବ ଉଦେଶ୍ୟ ସମ୍ପର୍କରେ କୁହାଯାଇ ଗଛ ଟିଏ ଶିଶୁଟିଏ ସହିତ ସମାନ | ତେଣୁ ଗଛ ବଞ୍ଚାଅ ଗଛ କୁ କାଟି ନଷ୍ଟ କର ନାହିଁ କି ଜଙ୍ଗଲ ରେ ନିଆଁ ଲଗା ଠାରୁ ଦୁରେଇ ରହିବା,ଯିବଜନ୍ତୁ ଙ୍କୁ ବଞ୍ଚାଇବା ଆମର ଦାୟିତ୍ୱ l ଗଛ ଲଗାଇ ଜଙ୍ଗଲ ବୃଦ୍ଧିକରିବା ସହ ରୋଜଗାର ଦେଉଥିବା ଉପକାରୀ ବୃକ୍ଷ ଗୁଡ଼ିକୁ ଅଧିକ ପରିମାଣରେ ଲଗାଇ ରୋଜଗାର କୁ ବଢାଇବା ଇତ୍ୟାଦି ଉପରେ ଆଲୋଚନା କରାଯାଇ ବିଦ୍ୟାଳୟ ପରିସର ମଧ୍ୟରେ ବୃ୍ଷରୋପଣ କରାଯାଇଥିଲା l ଆଗାମୀ ଦିନ ରେ ସ୍ୱାଭିମାନ ଅଞ୍ଚଳରେ ବହୁ ସଂଖ୍ୟକ ବୃକ୍ଷରୋପଣ କରାଯାଇ ଯେପରି ଭାବେ ସବୁ ଗଛ ବଞ୍ଚା ଯାଇପାରିବ ସେ ଉପରେ ଚେଷ୍ଟା କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବନରଖି ଅନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.