
ଚିତ୍ରକୋଣ୍ଡା (୦୬/୦୭) : କରୋନା ପାଇଁ ଦୁଇ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ମେଟ୍ରିକ ପରୀକ୍ଷା ଫଳାଫଳ ଛାତ୍ର ଛାତ୍ରୀ ଙ୍କର ପାଠ ପଢ଼ାରେ କ୍ଷତି ହୋଇଥିଲା ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଛାତ୍ର ଛାତ୍ରୀ ଭଲ କରିଥିବା ଦେଖିବାକୁ ମିଳିଛି ଏହି କ୍ରମରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ମାଟ୍ରିକ ପରୀକ୍ଷା ରେଜଲ୍ଟ ରେ ୧୧୬ ଜଣ ପିଲାରୁ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୫ ଜଣ ପାସ କରିଛନ୍ତି l ୯୦.୫% ପାସ ହାର ରେଜଲ୍ଟ ହୋଇଥିବା ସୂଚନା ମିଳିଛି l ପାସ ମାନଙ୍କ ମଧ୍ୟରେ ବି ୱାନ ଗେଡ଼ ରେ ୧୨ଜଣ ,ବି ଟୁ ଗେଡ଼ ରେ ୨୯ଜଣ,ସି ଗ୍ରେଡ଼ ରେ ୫୨ଜଣ ଡି ଗ୍ରେଡ଼ ରେ ୧୧ଜଣ ଏବଂ ଇ ଗ୍ରେଡ଼ ରେ ଜଣେ ଏବଂ ୧୧ଜଣ ଫେଲ ହୋଇଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ହନ୍ତାଳ ସୂଚନା ଦେଇଛନ୍ତି l ସେଇଭଳି ଚିତ୍ରକୋଣ୍ଡା ସରକାରୀ ବାଳିକା ଏସଏସଡି ବିଦ୍ୟାଳୟ ର ସମୁଦାୟ ୮୭ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮୫ ଜଣ ପାସ କରି ୯୮% ପାସ ହାରରେ ପାସ କରିଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି l ପାସ ମଧ୍ୟରେ ବି ୱାନ ଗେଡ଼ ରେ ୪ ଜଣ ,ବି ଟୁ ଗେଡ଼ ରେ ୩୯ ଜଣ,ସି ଗ୍ରେଡ଼ ରେ ୩୬ ଜଣ ଡି ଗ୍ରେଡ଼ ରେ ୯ଜଣ ପାସ ହୋଇଥିବା ବେଳେ ମାତ୍ର ଦୁଇ ଜଣ ଫେଲ ହୋଇଥିବା ସୂଚନା ଦେଇଛନ୍ତି l