ଦୁଷ୍କର୍ମ ମାମଲା : ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ପୋଇଗୁଡ଼ା ଗ୍ରାମ ରେ ଜୈନକ ମହିଳାଙ୍କୁ ଉକ୍ତ ଗ୍ରାମର ଜହନ ମୁଠା ମାଝୀ ଦୁଷ୍କର୍ମ କରିବା ସହ ଘରର ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫୋପଡ଼ା କରି ଚୋରୀ କରିଥିବା ନେଇ ବ୍ରାହ୍ମଣୀ ଗାଁ ଥାନାରେ ଉକ୍ତ ମହିଳାଙ୍କ ପକ୍ଷରୁ ଏତଲା ଦାଏର ହୋଇଥିଲା l ଏତଲାକୁ ଭିର୍ତ୍ତି କରି ବ୍ରାହ୍ମଣୀ ଗାଁ ପୋଲିସ କେଶ ନଂ.୨୨/୧୯ ଓ ତା, ୦୩.୦୪.୨୦୧୯ ରିଖ ଏବଂ ୟୁ /ଏସ-୪୫୦/୩୭୬ (୧)୩୮୦/୫୦୬ ଭାରତୀୟ ଦଣ୍ଡଵିଧି ଆଇନ ରେ ଏକ ମକଦ୍ଦମା ରୁଜୁ ହୋଇ ଦାରିଙ୍ଗବାଡି କୋର୍ଟ କୁ ପଠାଇଥିଲେ l ଦାରିଙ୍ଗବାଡି କୋର୍ଟ ବାଲିଗୁଡା କୋର୍ଟ କୁ ବିଚାରଣ ପାଇଁ ଆସିବା ପରେ ଉକ୍ତ ମହିଳା ଙ୍କ ସମେତ ୧୩ଜଣ ସାକ୍ଷୀ ସେମାନେ ସମସ୍ତେ ଜହନ ମୁଠା ମାଝୀ ଙ୍କ ବିରୁଦ୍ଧରେ କୋର୍ଟ ରେ ଜମାନ ବନ୍ଦୀ ଦେଇଥିଲେ l କିନ୍ତୁ ମିଥ୍ୟା କେଶ ହୋଇଥିବାରୁ ଓ ଡାକ୍ତରଙ୍କ ବୟାନ ଏବଂ ସାକ୍ଷୀ ମାନଙ୍କର ସମସ୍ତ ସାକ୍ଷ୍ୟକୁ ଭିର୍ତ୍ତି କରିବା ପରେ ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ ଦିଲ୍ଲୀପ କୁମାର ବିଶ୍ୱାଳ ଉପଯୁକ୍ତ ପ୍ରମାଣ ଅଭାବ ରୁ ଜହନ ମୁଠା ମାଝୀ ଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଏହି ମକଦ୍ଦମାକୁ ବାଲିଗୁଡା ର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ l

ad-week
Leave A Reply

Your email address will not be published.