
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଗସ୍ତରେ ଉପ-ବାଚସ୍ପତି ରଜନୀକାନ୍ତ ସିଂ, ଖଣି,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲିକ, ପଞ୍ଚାୟତରାଜ ଓ ପାନୀୟଜଳ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଆମାତ ଙ୍କ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଶୁଭ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ ଆମାତ ଯୋଗ ଦେଇଥିବା ବେଳେ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ପ୍ରଫୁଲ ମଲିକ, ସୋରୋଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ପୂର୍ତ୍ତ ବିଭାଗ ଅଧିନରେ ଥିବା ପାଣିଗଣ୍ଡା-ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ରାସ୍ତା, ସିମନବାଡ଼ି-ବୁଡାଗୁଡା ରାସ୍ତା, ସିମନବାଡ଼ି-ରାଇକିଆ ରାସ୍ତାର ଉନ୍ନତି ଓ ପ୍ରଶସ୍ତି କରଣ ନିମନ୍ତେ ଶିଳାନ୍ୟାସ କରିଥିବା ବେଳେ ନୂତନ ଆଇସିଡିଏସ ଅଫିସ ଓ ପୂର୍ତ୍ତ ବିଭାଗ ନୂତନ କାର୍ଯ୍ୟଳୟର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଦାରିଙ୍ଗବାଡ଼ିର ସାମୁହିକ ବିକାଶ କରିବା ନେଇ ମନ୍ତ୍ରୀ ମାନେ ତାଙ୍କ ଅଭିଭାଷଣ ରଖିଥିଲେ । ଶେଷରେ ମନ୍ତ୍ରୀ ଓ ବିଧାୟକ ଦାରିଙ୍ଗବାଡ଼ିରେ ନୂତନ ଭାବେ ହୋଇଥିବା ସ୍ନୋ ଭିଯୁ ହୋଟେଲର ଉଦଘାଟନ କରିଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲସ ନାୟକ, ପୂର୍ତ୍ତ ବିଭାଗ ଏସଡିଓ ବ୍ରଜକିଶୋର ମହାପାତ୍ର, ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ, ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ସିଡିପିଓ ଅଞ୍ଜଳି ମହାପାତ୍ର, ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ସମେତ ଅଞ୍ଚଳର ବିଜେଡି କର୍ମୀମାନେ ପ୍ରମୁଖ ଯୋଗଦେଇଥିଲେ । ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ୱାବଧାନ କ୍ରମେ ଏସଆଇ ଜିତେନ୍ଦ୍ର ବେହେରା,ଲଷ୍ମୀ ମାଝୀ ସମେତ ପୋଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ।