୧୦ ତାରିଖ ମଧ୍ୟରେ ଶେଷ ହେବ ଶ୍ରୀମନ୍ଦିରର ପ୍ରସ୍ତାବିତ ରୂପା ଛାଉଣୀ କାମ

add-all

ପୁରୀ: ଶ୍ରୀମନ୍ଦିରର ପ୍ରସ୍ତାବିତ ସମସ୍ତ ଦ୍ବାରର ରୂପା ଛାଉଣୀ କାମ ଆସନ୍ତା ୧୦ ତାରିଖ ମଧ୍ୟରେ ଶେଷ କରାଯିବ। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାରୁ କଳାହାଟ ଦ୍ୱାରର ରୂପା ଛାଉଣୀ କାମ ଏହି ସମୟ ଅବଧି ମଧ୍ୟରେ ଶେଷ କରାଯାଉଛି। ସେହିପରି ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ମଧ୍ୟ ଶେଷ କରାଯାଉଛି।

ଆସନ୍ତା ୧୨ରେ ନିଳାଦ୍ରୀ ବିଜେ ପୂର୍ବରୁ ଗର୍ଭଗୃହର ବିଭିନ୍ନ ଅଂଶକୁ ସଫା କରାଯିବା ସହ ରାସାୟନିକ ପ୍ରଲେପ ଦିଆଯାଇଛି। ରୋଷ ଶାଳାର ନଷ୍ଟ ହୋଇଥିବା ପଥର ଗୁଡିକୁ ଖଣ୍ଡଲାଇଟ ପଥର ଦ୍ବାରା ବଦଳାଇବା କାର୍ଯ୍ୟ ମଧ୍ୟ କରାଯାଉଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା।‌

ad-week
Leave A Reply

Your email address will not be published.