ସିମନବାଡ଼ି ସେକ୍ସନରେ ୭୩ତମ ବନ ମହୋତ୍ସବ ପାଳିତ

add-all

ଦାରିଙ୍ଗବାଡ଼ି, ୮/୭, ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ସିମନବାଡ଼ି ସେକ୍ସନ ଅଧିନସ୍ତ ଗଦଡିଠାରେ ୭୩ତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ଚାରା ରୋପଣ ଗତକାଲି କରା ଯାଇଛି। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ପ୍ରତକ୍ଷ ତତ୍ୱାବଧାନରେ ବୃକ୍ଷ ଚାରା ରୋପଣ ହୋଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ସମ୍ମାନିତ ଅତିଥି ଭାବେ ତହସିଲଦାର ଚାର୍ଲେସ ନାୟକ, ଥାନା ଅଧିକାରୀ କୌଶିକ ମାଝୀ, ସରପଞ୍ଚ , ଗଦଡି ସ୍କୁଲ ପ୍ରଧାନ ଶିକ୍ଷକ ଆଶୁତୋଷ ସାହୁଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଗଣ ଉପସ୍ଥିତ ରହିଥିଲେ। ମୁଖ୍ୟକରି ଗଦଡି ସ୍କୁଲର କୁନି ଛାତ୍ରଛାତ୍ରୀ ଗଣ ବୃକ୍ଷରୋପଣରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିମନବାଡ଼ି ସେକ୍ସନ ଅଧିନସ୍ତ ବନପାଳଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣରେ ସମ୍ପୂର୍ଣ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.