ବିଦ୍ୟାଳୟ ସୁରକ୍ଷା ସପ୍ତାହ ଉଦ୍‌ଯାପିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱରେ “ବିଦ୍ୟାଳୟ ସୁରକ୍ଷା ସପ୍ତାହ” ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଶଙ୍କରାଖୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଏସବିଆଇ ଶାଖା ପରିଚାଳକ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇ ଥିଲେ।ସେହିପରି ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ସରୋଜ କୁମାର ବେହେରା,ମନୋଜ କୁମାର ଗୌଡ଼,ଅଧ୍ୟାପକ ଡ଼ଃ ବାବୁଲା ପାଟଯୋଶୀ ଏବଂ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟକୁ ବିଭିନ୍ନ ଜାନରେ ଯାତାୟାତ କରିବା ସମୟରେ କିଭଳି ସୁରକ୍ଷା ନିୟମ ମାନିବେ,ବିଦ୍ୟାଳୟ ଶୌଚାଳୟକୁ କିଭଳି ପରିଷ୍କାର ପରିଚ୍ଛନ୍ନ ରଖାଯିବ,ଶ୍ରେଣୀ ଗୃହର ମରାମତି,ପ୍ରାଥମିକ ଚିକିତ୍ସା ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଅଧ୍ୟାପିକା ରୀନା ରାଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.