ନାଳ ପାଣିରେ ବୁଡି ଦୁଇ ବର୍ଷର ଶିଶୁର ମୃତ୍ୟୁ

add-all

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳରେ ବୁଡ଼ିଯାଇ ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ହୋଇଛି l ମୃତ ଶିଶୁ ଜଣକ ମଝିପଡ଼ା ଗାଁର ବିକାଶ କହଁରଙ୍କ ଏକମାତ୍ର ପୁଅ ଆୟୁଷ କହଁର ବୋଲି ଜଣା ପଡିଛି l ସୂଚନା ଅନୁସାରେ ମୃତ ଶିଶୁ ଜଣକ ତା ମା ସହିତ ନାଳକୁ ଗାଧୋଇବା ପାଇଁ ଯାଇଥିଲା। ପୁଅକୁ ଛାଡି ମା ଶୌଚ ହେବା ପାଇଁ ଗଲା ବେଳେ ଶିଶୁଟି ନାଳ ପାଣିରେ ବୁଡି ଯାଇଥିଲାl

ଖବର ପାଇ ସ୍ଥାନୀୟ ଲୋକେ ଶିଶୁକୁ ପାଣିରୁ ଉଦ୍ଧାର କରି ଫିରିଙ୍ଗିଆ ମେଡିକାଲକୁ ଆଣିଥିଲେ l ହେଲେ ମେଡ଼ିକାଲରେ ପହଞ୍ଚିଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ପରେ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏ ଏସ ଆଇ ପ୍ରମୋଦ କୁମାର ପ୍ରଧାନ ମେଡିକାଲରେ ପହଞ୍ଚି ଶବର ପଞ୍ଚନାମା କରି ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ଏ ନେଇ ଫିରିଙ୍ଗିଆ ଥାନାରେ ୦୫/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛିl

ad-week
Leave A Reply

Your email address will not be published.