ପରକୀୟା ପ୍ରୀତି ଲାଗି କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

add-all

ଖଲ୍ଲିକୋଟ(୮/୭) : ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପାଲ୍ଲୀ ଗ୍ରାମରେ ଗତକାଲି ରାତିରେ ପରକୀୟା ପ୍ରୀତି ଯୋଗୁ ଜଣେ ଯୁବକଙ୍କୁ କଙ୍ଗାରୁ କୋର୍ଟ କରି ଲଣ୍ଡା କରି ବେକରେ ଜୋତାମାଳା ପକାଇ ମୁହଁରେ କଳାବୋଳି ଗ୍ରାମ ପରିକ୍ରମା କରିଥିବା ବେଳେ ସମ୍ପୃକ୍ତ ମହିଳା ବିଷ ପିଇ ମୃତୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ର ତେନ୍ତୁଳିଆପାଲ୍ଲୀ ଗ୍ରାମ ର ଜଣେ ବିବାହିତା ମହିଳାଙ୍କ ସହ ବାଗଲପୁର ଗ୍ରାମର ଜଣେ ଯୁବକ ସୁଶାନ୍ତ କୁମାର ସ୍ୱାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ l ଗତକାଲି ବିଳମ୍ବିତ ରାତି ଉକ୍ତ ଯୁବକ ସମ୍ପୃକ୍ତ ମହିଳାଙ୍କ ଘରକୁ ଯାଇଥିବା ବେଳେ କିଛି ମହିଳା ଉକ୍ତ ଘଟଣା କୁ ରାମବାସୀ ମାନଙ୍କୁ ଜଣାଇବା ପରେ ଯୁବକଙ୍କୁ ବିଭିନ୍ନ ଶାରୀରିକ ନିର୍ଯ୍ୟାତନା ଦେଇ ଗାଁ ମଝିରେ ଗ୍ରାମବାସୀ ମାନେ ଏକ ବୈଠକ ଡକାଇ ଯୁବକଙ୍କୁ ରାତି ଅଧିଆ ଲଣ୍ଡା କରି ବେକରେ ଜୋତା ପକାଇ ଗାଁ ରେ ବୁଲାଇଥିବା ଅଭିଯୋଗ ହୋଇଥିଲା l ସମ୍ପୃକ୍ତ ମହିଳା ଜଣକ ଅପମାନିତ ହେବା ପୂର୍ବରୁ ବିଷ ପିଇ ଆତ୍ମହତ୍ୟା କରିଥିଲା l ଗୁରୁତର ଅବସ୍ଥାରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିଛା ପାଇଁ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତୁ ଘେଷଣା କରିବା ପରେ ପୋଲିସ ୧୪ /୨୨ ରେ ଏକ ଅପମୃତୁ ମାମଲା ରୁଜୁ କରି ନିର୍ଯ୍ୟସ୍ତିତ ଯୁବକଙ୍କୁ ଆଣି ତଦନ୍ତ ଚଳାଇଥିବା ପ୍ରକାଶ l ମହିଳା ଜଣଙ୍କ ବାପା ଘର ଖ୍ରିବନ୍ଧ ଗ୍ରାମରେ ହୋଇଥିବା ବେଳେ ସେ ତେନ୍ତୁଳିଆପାଲ୍ଲୀ ଗ୍ରାମ ମିଟୁ ପ୍ରଧାନ କୁ ବିବାହ କରିଥିଲେ ଓ ତାଙ୍କର ଦୁଇ ଗୋଟି ପୁଅ ଥିବା ବେଳେ ସ୍ୱାମୀ ମିଟୁ ରାଜ୍ୟ ବାହାରେ ଦାଦନ ଭାବେ ଯାଇଥିବା ପ୍ରକାଶ l ତେବେ ଲୋକଲଜ୍ୟା ସହି ନ ପାର ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ପ୍ରକାଶ l

ad-week
Leave A Reply

Your email address will not be published.