ସିଞ୍ଜୋ ଆବେଙ୍କ ହତ୍ୟାକୁ ଅଗ୍ନିପଥ ସହ ଯୋଡ଼ିଲା ଟିଏମସି: କଡ଼ା ନିନ୍ଦା କଲା ବିଜେପି

add-all

କୋଲକାତା: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକୁ ନେଇ ଟିଏମସି ବର୍ତ୍ତମାନର ଅଗ୍ନିପଥ ଯୋଜନା ସହ ଲିଙ୍କ କରିବା ପ୍ରସଙ୍ଗରେ କଡ଼ା ନିନ୍ଦା କରିଛି ବିଜେପି। ଟିଏମସିର ମାଉଥ୍‌ପିସ୍‌ ଜାଗୋ ଗ୍ରାହକରେ ପ୍ରକାଶିତ ବିବାଦୀୟ ଆଲେଖ୍ୟକୁ ନେଇ ଆପତ୍ତି ଉଠାଇଛି ପଶ୍ଚିମବଙ୍ଗ ବିଜେପି। ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ମନୋଜ ତିଗା କହିଛନ୍ତି ଯେ, ମୋଦି ଯାହା କୁହନ୍ତି ଟିଏମସି ସର୍ବଦା ଏହାର ବୀପରିତ କାମ କରେ । ସେମାନଙ୍କର ଦେଶ ପ୍ରତି ଭଲ ପାଇବା ନାହିଁ। ସିଞ୍ଜୋ ଆବେଙ୍କ ସହ ମୋଦିଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ଥିଲା ।
ହେଲେ ସେହି ସମ୍ପର୍କକୁ ଆଧାର କରି ଯେଉଁ ଭଳି ଭାବେ ନକରାତ୍ମକ ଭାବେ ପ୍ରଦର୍ଶନ କରାଯାଉଛି ତାହା ଟିଏମିସର ବିକୃତ ମାନସିକତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ଯାହା ଜାଗୋ ଗ୍ରାହକ ଲେଖିଛି ତାହା ସମ୍ପୂର୍ଣ୍ଣ ଭୁଲ। ଦେଶର ଯୁବପିଢ଼ିଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଛି ଟିଏମସି। ବିଜେପି ଦେଶରେ ଏକ ରାଷ୍ଟ୍ରୀୟ ଭାବନା ତିଆରି କରିବାକୁ ଚେଷ୍ଟା କରୁଥିବା ବେଳେ ଟିଏମସି ଠିକ୍ ତାର ଓଲଟା କରୁଥିବା ସେ କହିଛନ୍ତି।
ସୂଚନା ଅନୁଯାୟୀ, ତେବେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଏହି ହତ୍ୟାକୁ ଦେଶରେ ‘ଅଗ୍ନିପଥ’ ନିଯୁକ୍ତି ସହ ଯୋଡିଛି। ଏ ନେଇ ପାର୍ଟି ମୁଖପତ୍ରରେ ପ୍ରକାଶିତ ଆଲେଖ୍ୟ ନେଇ ଲୋକେ ଆପତ୍ତି ଉଠିଛି । ଟିଏମସି ମୁଖପତ୍ର ‘ଜାଗୋ ବାଂଲା’ରେ ସିଞ୍ଜୋ ଆବେଙ୍କ ହତ୍ୟାକୁ ଭାରତର ‘ଅଗ୍ନିପଥ’ ନିଯୁକ୍ତି ସହ ଯୋଡା ଯାଇଛି। ମୁଖପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଆଲେଖ୍ୟରେ ଆବେଙ୍କ ହତ୍ୟା ଜଣେ ପୂର୍ବତନ ଜାପାନୀ ପ୍ରତିରକ୍ଷା କର୍ମୀ ଦ୍ୱାରା ସଂଘଟିତ ହୋଇଥିବା କୁହାଯାଇଛି, ଯାହାଙ୍କୁ ପେନସନ ମିଳୁନଥିଲା। କେବଳ ଟିଏମସି ମୁଖପତ୍ର ନୁହେଁ ଜଣେ କଂଗ୍ରେସ ନେତା ମଧ୍ୟ ଶନିବାର ସମାନ କଥା କହିଥିଲେ।
ସିଞ୍ଜୋ ଆବେଙ୍କ ପରଲୋକରେ ଭାରତ ୯ ଜୁଲାଇକୁ ଜାତୀୟ ଶୋକ ପାଳନ କରୁଛି। ଆବେଙ୍କ ବିୟୋଗରେ ଦେଶର ଐତିହାସିକ ଭବନରେ ଜାତୀୟ ପତାକା ଅର୍ଦ୍ଧ ନିମ୍ମିତ କରାଯାଇଛି।

ad-week
Leave A Reply

Your email address will not be published.