ପରଲୋକରେ ବିଜେପି ନେତ୍ରୀ ସରଶିଳା ପ୍ରଧାନ

add-all

ଦାରିଙ୍ଗବାଡ଼ି, ୧୦/୭, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବରିଷ୍ଠ ବିଜେପି ମହିଳା ନେତ୍ରୀ ସରଶିଳା ପ୍ରଧନଙ୍କ ୫୮ବର୍ଷ ବୟସରେ ଅକାଳ ବିୟୋଗ ହୋଇଛି। ଏହି ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଖବର ନେବାରୁ ଜଣା ପଡିଛିଯେ ଦୀର୍ଘ ଦିନ ହେବ ବ୍ରେନଟ୍ୟୁମରେ ପିଡିତା ଥିଲେ। ଗତକାଲି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ରାତ୍ର ପ୍ରାୟ ୧୧ଘଟିକା ସମୟରେ ମୃତ୍ୟୁ ବରଣ କରିଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ସୂଚନା ଯେ ସ୍ୱର୍ଗତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦଳରେ ଦାରିଙ୍ଗବାଡ଼ି ବ୍ଲକଅଞ୍ଚଳରେ ଦୀର୍ଘ ବର୍ଷ ଧରି ମହିଳା ନେତ୍ରୀ ଭାବେ ସ୍ୱତନ୍ତ୍ର ସ୍ଥାନ ନେଇଥିଲେ। ଅଞ୍ଚଳର ବରିଷ୍ଠ ମହିଳା ନେତ୍ରୀ, ସମାଜସେବୀ ଓ ରାଜନେତ୍ରୀ ଭାବେ ସେ ଚିର ପରିଚିତ ଥିଲେ। ଆଜି ନିଜ ଗ୍ରାମ ଦଣ୍ଡିମାହାର ଶୀର୍ଷାମାହାରେ ବହୁ ଜନ ସମାବେଶରେ ତାଙ୍କ ମର ଶରୀର ଶେଷ କୃତ୍ୟ ସମ୍ପନ କରା ଯାଇଥିବା ଖବର ହସ୍ତ ଗତ ହୋଇଛି।

ad-week
Leave A Reply

Your email address will not be published.