ଇଦ୍ ଉଜ୍ ଜୁହାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

add-all

ଭୁବନେଶ୍ବର: ଆଜି ପବିତ୍ର ଇଦ୍ ଉଜ୍ ଜୁହା । ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଇଚାରାକୁ ମଜବୁତ କରୁଥିବା ପର୍ବ ସମସ୍ତଙ୍କ ସୁଖ ଓ ସମୃ୍ଦ୍ଧି ଭରି ଦେଉବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡର ବିପଦ ଏ ଯାଏଁ ଦୂର ହୋଇନାହିଁ । ସମସ୍ତଙ୍କୁ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରି ନିଜେ ଓ ପରିବାରକୁ ସୁସ୍ଥ ରଖିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।

ସେହିପରି ଇଦ-ଉଜ୍-ଜୁହା ପର୍ବ ଉପଲକ୍ଷେ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଏହି ପର୍ବ ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ସହ ସେବା, ସମରର୍ପଣ, ତ୍ୟାଗର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ମୁସଲମାନ ସମ୍ପ୍ରଦାୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ଉତ୍ସର୍ଗୀକୃତଭାବେ କାର୍ୟ୍ୟ କରିବାକୁ ଆହ୍ବାନ କରିଛନ୍ତି ରାଜ୍ୟପାଳ । ଏହା ସହିତ କୋଭିଡ ମହାମାରୀ ବିରୋଧୀ ଲଢେଇରେ ସାମିଲ ହୋଇ ଧୈର୍ୟ୍ୟ ଓ ସାହାସର ସହ ମୁକାବିଲା ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି ରାଜ୍ୟପାଳ ।

ad-week
Leave A Reply

Your email address will not be published.