ଗୋବିନ୍ଦପାଲ୍ଲୀ ସରକାରୀ ହାଇସ୍କୁଲରେ ସାଇବର ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ( ଏସ.ଏସ.ଡ଼ି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନେହେରୁ ଯୁବକେନ୍ଦ୍ର ଓ ଯୁବ ରେଡକ୍ରସ୍ ପକ୍ଷରୁ ସାଇବର ଠକେଇ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ସ୍ବର୍ଣ୍ଣକାର ସଭାପତିତ୍ୱ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ହରିଶ୍ କୁମାର ରୁପାଲ , ଜିଲ୍ଲା ଯୁବ ରେଡକ୍ରସ୍ ର ଆବାହକ ଡଃ ରଞ୍ଜନ କୁମାର ସ୍ବାଇଁ , ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ଶ୍ରୀ ଅଭୟ କୁମାର ପାତ୍ର , ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ତଥା ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ସାଇବର ଠକେଇ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ୟକ ଦିଗଦର୍ଶନ ଦେଇଥିଲେ ଏବଂ ପରେ ପରେ ଜିଲ୍ଲା ଯୁବ ଅଧିକାରୀ ଓ ଜିଲ୍ଲା ଯୁବ ରେଡକ୍ରସ୍ ର ଆବାହକ ସାଇବର ଠକେଇ ଉପରେ ବହୁ ମୂଲ୍ୟ ଭିଭିକ ତଥ୍ୟ ପ୍ରଦାନ କରିବା ସହ ସାମ୍ପ୍ରତିକ ପରିସ୍ଥିତି ରେ କିଭଳି ଭାବେ ସମସ୍ତେ ଏଭଳି ଠକେଇ ରୁ ବିରତ ରହିବେ ଏବଂ ଅନ୍ୟମାନଙ୍କୁ କିପରି ସଚେତନ କରାଇବେ ତାହା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ପରିଶେଷ ରେ ବିଦ୍ୟାଳୟ ର ଯୁବ ରେଡକ୍ରସ୍ ର ସଂଯୋଜକ ଶ୍ରୀ ଶଶାଙ୍କ ଶେଖର ପଟ୍ଟନାୟକ ମଞ୍ଚାସୀନ ଅତିଥ୍ ତଥା ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲି ।

ad-week
Leave A Reply

Your email address will not be published.