ନବ ନିର୍ବାଚିତ ସାଂସଦ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

add-all


ମାଲକାନଗିରି, (୧୩।୭) : ଗତ ତିନି ଦିନ ପୂର୍ବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ପୌର ପରିଷଦ ନିମନ୍ତେ ସାଂସଦ ପ୍ରତିନିଧି ଭାବେ କୃଷ୍ଣ ଚନ୍ଦ୍ର ପାଳଙ୍କୁ ମନୋନୀତ କରିଥିଲୋ ବିଭିନ୍ନ ମହଲରୁ ଶ୍ରୀ ପାଳଙ୍କୁ ଶୁଭେଛା ଜଣାଇଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ଘରୋଇ ବସ ସଂଘ ତରଫରୁ ଶ୍ରୀ ପାଳଙ୍କୁ ବସ୍ ଷ୍ଟାଣ୍ଡ କାର୍ଯ୍ୟାଳୟ ପରିସରରେ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲ। । ଏଥିସହ ବସଷ୍ଟାଣ୍ଡର ଉନ୍ନତିକରଣ, ପାନୀୟ ଜଳ, ଆଲୋକ, ଯାତ୍ରୀ ବିଶ୍ରାମାଗାର ଇତ୍ୟାଦି ସମସ୍ୟା ସମ୍ବନ୍ଧରେ ଶ୍ରୀ ପାଳଙ୍କୁ ଅବଗତ କରା ଯାଇ ପଦକ୍ଷେପ ନେବାକୁ ଅନୁରୋଧ କରା ଯାଇଥିଲ। । ଏହି କାର୍ଯ୍ୟ କ୍ରମରେ ପୌର ପରିଷଦ ଅଧ୍ୟକ୍ଷ ମନୋଜ ବାରିକଙ୍କ ସହ ସଂଘର କର୍ମକର୍ତା ଅଶୋକ ରାଉତ, ଛବି ଦାସ, ସନ୍ତୋଷ ପାଣିଗ୍ରାହି, ସୁବାଷ ବିଶୋଇ, କ୍ରିଷ୍ଣା ସିଂ, ବୁଢା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.