
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବନ୍ୟା ରେ ସାଧରଣ ଜନତା ଅଧିକ କ୍ଷତି ଗ୍ରସ୍ତ ହୋଇଛନ୍ତି। କ୍ଷତି ଗ୍ରସ୍ତ ସମସ୍ତ ଦୋକାନୀ ମାନଙ୍କ ଆକଳନ କରିବାକୁ ସରକାରଙ୍କ ନିର୍ଦ୍ଧେଶ ରହିଛି। ଆସିକାର ୫ ୱାର୍ଡ ର ଅଙ୍ଗନବାଡି ଦିଦିଙ୍କ ରୁକ୍ଷ ବ୍ୟବହାର ଯୋଗୁଁ ବନ୍ୟା କ୍ଷତି ଗ୍ରସ୍ତ ଲୋକେ ଅତିଷ୍ଟ ହୋଇ ସିଡିପିଓ ଓ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିବା ଜଣାପଡିଛି। ଅଧିକାଂଶ କରି ଛୋଟ ଛୋଟ ଦୋକାନ କରି ପରିବାର ପ୍ରତିପୋଷ କରୁଥିବା ବ୍ୟକ୍ତିଙ୍କ ପ୍ରତି ବନ୍ୟାରେ କ୍ଷତି ହୋଇଥିଲେ ମଧ୍ୟ ସେମାନଙ୍କ ନାଁ ଲେଖିବାକୁ ବାରଣ କରିବା ସହ ଦିଦି ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଛି।
