ମାଳଦ୍ବୀପରୁ ସିଙ୍ଗାପୁର ଗଲେ ଗୋଟାବାୟା ରାଜପକ୍ଷେ, ସେଠାରୁ ସାଉଦୀ ଆରବ ଯିବେ

add-all

ମାଲେ: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ମାଳଦ୍ବୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି ଏବଂ ସେଠାରୁ ସେ ସାଉଦୀ ଆରବ ଯିବ‌େ ବ‌ୋଲି ‘ଦି ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି।
ଉପରୋକ୍ତ ସମ୍ବାଦ ସରବରାହ ସଂସ୍ଥାନକୁ ମାଳଦ୍ବୀପର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଆଜି ୭୩ ବର୍ଷିୟ ନେତା ରାଜପକ୍ଷେ ଗୋଟାଏ ସାଉଦୀ ଏୟାର୍‌ଲାଇନ୍‌ସ୍‌ର ‘ଏସ୍‌ଭି ୭୮୮’ ବିମାନ ଆରୋହଣ କରିଛନ୍ତି। ସେ ବିମାନ ତାଙ୍କୁ ସିଙ୍ଗାପୁର ନେଇ ସେଠାରୁ ସାଉଦୀ ଆରବର ଜେଦାହ୍‌କୁ ନେଇଯିବ।
ଆଜି ଶ୍ରୀଲଙ୍କାର ବାଚସ୍ପତି ମହିନ୍ଦା ୟାପା ଅବେବର୍ଦେନା ମଧ୍ୟ ଗୋଟାବାୟା ରାଜପକ୍ଷେଙ୍କୁ ସୂଚନା ଦେଇଛନ୍ତି ଯେ, ଯଥାଶୀଘ୍ର ସମ୍ଭବ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରନ୍ତୁ ନଚେତ ତାଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ସେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ‘ନିଉଜ୍‌ ଫାଷ୍ଟ୍‌ ଲଙ୍କା’ ରିପୋର୍ଟ କରିଛି।
ସେପଟେ, କ‌ଲମ୍ବୋ ଜିଲ୍ଲାରେ ଆଜି ମଧ୍ୟାହ୍ନରୁ ଆଗାମୀ କାଲି ଭୋର୍‌ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯିବ ବୋଲି ସରକାରଙ୍କ ସୂଚନା ବିଭାଗ ଘୋଷଣା କରିଛି।
ଶ୍ରୀଲଙ୍କାର ସଂସଦକୁ ପଡ଼ିଥିବା ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଥିବା ବ‌େଳେ ଶ୍ରୀଲଙ୍କାର ଗାଲେରେ ପ୍ରତିବାଦକାରୀମାନେ କହିଛନ୍ତି କି, ସେମାନେ ରାଷ୍ଟ୍ରପତିଙ୍କ ସଚିବାଳୟ, ସରକାରୀ ବାସଭବନ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତୁରନ୍ତ ବାହାରିଯିବେ।
ଏହା ବ୍ୟତିରେକେ, ଭୀଷଣ ଆର୍ଥିକ ସଙ୍କଟ କାରଣରୁ ଦ୍ବୀପ ଦେଶ ଶ୍ରୀଲଙ୍କାରେ ପ୍ରତିବାଦ ଉଗ୍ରତର ହେଉଥିବାରୁ ଅତ୍ୟାବଶ୍ୟକ ନ ଥିଲେ ସେଠାକୁ ନ ଯିବା ପାଇଁ ଇଂଲଣ୍ଡ୍‌, ସିଙ୍ଗାପୁର ଏବଂ ବାହାରିନ୍‌ ଆଦି ଦେଶ ନିଜ ନିଜର ନାଗରିକମାନଙ୍କୁ କହିଛନ୍ତି।

ad-week
Leave A Reply

Your email address will not be published.