ନବଜାତ ଶିଶୁପୁତ୍ରର ହତ୍ୟା ସନ୍ଦେହ, ପୁଲିସର ତଦନ୍ତ ଆରମ୍ଭ

add-all

ମାଲକାନଗିରି ( ୧୪/୦୭) : ମାଲକାନଗିରି ଜିଲ୍ଲାର ଏମପିଭି ୮୩ ଗ୍ରାମରେ ଏକ ନବଜାତ ଶିଶୁର ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ ପି ଭି ୮୩ ଗ୍ରାମର ଶ୍ୟାମଳା ପାଇକର ଜୁଲାଇ ୨ ତାରିଖରେ ଏକ ଶିଶୁ ପୁତ୍ରଜନ୍ମ ହୋଇଥିଲା । ତେବେ ସକାଳ ସମୟରେ ଶିଶୁ ପୁତ୍ରକୁ ହତ୍ୟା କରାଯିବା ସହ ଶିଶୁର ମୃତଦେହକୁ ପାଖ ଜଙ୍ଗଲରେ ପୋତିଦେଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ। ଏ ନେଇ ଥାନାରେ କୌଣସି ଲିଖିତ ହୋଇନଥିବା ବେଳେ ମୋଟୁ ପୁଲିସ ଏନେଇ ସୂଚନା ପାଇଥିବା କହିଛି। ଗ୍ରାମବାସୀ ଆସି ଘଟଣାସ୍ଥଳରେ ପୋତା ଯାଇଥିବା ଶିଶୁର ମୃତଦେହ ଉଦ୍ଧାର କରିଛନ୍ତି। ତେବେ କେଉଁ କାରଣରୁ ଏଭଳି ଘଟିଛି ତାହା ସ୍ପଷ୍ଟ ହୋଇ ନଥିଲା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣା ପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ad-week
Leave A Reply

Your email address will not be published.