ବନ ମହୋତ୍ସବ ଉପଲକ୍ଷେ ଚାରା ରୋପଣ

add-all

କାଲିମେଳା ବ୍ଲକ ଏମ ଭି – ୭୯ ଡ. ଶ୍ୟାମ ପ୍ରସାଦ ଡିଗ୍ରୀ କଲେଜ ପରିସରରେ ବନ ମହୋତ୍ସବ ଉପଲକ୍ଷେ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ଆୟୋଜନ କରିଥିଲେ। ଚାରା ରୋପଣ ପୂର୍ବରୁ ଏକ ସଚେତନ ସଭା ଅଧ୍ୟକ୍ଷା ପ୍ରଭାସିନୀ ମହାପାତ୍ର ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ତଥା ସମ୍ପାଦକ ଡ. ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ୨୦ଟି ବୃକ୍ଷ ରୋପଣ କରିଥିଲେ। ଏହି ସଭାରେ ଯୁବ ରେଡକ୍ରସ ର ଶତ୍ରୁଘ୍ନ ପ୍ରଧାନ, ଶରତ ଚନ୍ଦ୍ର ପାତ୍ର, ଶିବରାମ ଦାନି, ଶ୍ରୀମନ୍ତ ମହାପାତ୍ର ସମେତ ଅମିୟ ସରକାର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ। ଯୁବ ରେଡକ୍ରସ୍ ର ସ୍ଵେଚ୍ଛାସେବୀ ମାନେ ପ୍ରାୟତଃ ୪୦ରୁ ଉର୍ଦ୍ଧ ବୃ୍କ୍ଷରୋପଣ କରିବା ସହିତ ଏକ ରାଲିର ଆୟୋଜନ କରି ଜଙ୍ଗଲ ବଞ୍ଚାଅ ସମ୍ପର୍କିତ ସ୍ଲୋଗାନ ଦେବା ସହିତ ଜୀବ ଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ।

ad-week
Leave A Reply

Your email address will not be published.