ଟ୍ରକର ଗୁପ୍ତ ଚାମ୍ବର ଭିତରେ ଗଞ୍ଜେଇ ଚାଲାଣ ବେଳେ ଜବତ, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

add-all

ଚିତ୍ରକୋଣ୍ଡା (୧୪/୦୭) : ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ଠାରୁ ମିଳିଥିବା ସୂଚନା ଅନୁଯାଇ ଗଲା କାଲି ଚିତ୍ରକୋଣ୍ଡା ଏସଆଇ ଏକେ ପରିଡ଼ା ପାଟ୍ରୋଲିଙ୍ଗ କରୁଥିବା ସମୟରେ ଇସାର ଛକ ନିକଟରୁ ଏକ ଆଇଚର ଟ୍ରକର ଗୁପ୍ତ ଚାମ୍ବର ଭିତରେ ବିପୁଳ ପରିମାଣରେ ଗଞ୍ଜେଇ ରଖି ଚାଲାଣ କରାଯାଉଥିଲା l ପୁଲିସ ଟିମ ପେଟ୍ରୋଲିଙ୍ଗ କରୁଥିବା ବେଳେ ରାଜଲକୋଣ୍ଡା ଛକ ଓ ଆରଏସସି ଶୋଳ ନମ୍ବର ଗ୍ରାମ ନିକଟସ୍ଥ ଏସାର ଛକ ନିକଟରୁ ଚିତ୍ରକୋଣ୍ଡା ପୁଲିସ ଆଇଚର ଟ୍ରକଟିକୁ ଅଟକାଇ ଖାନ ତଲାସି କଲା ବେଳକୁ ଟ୍ରକ ନମ୍ବର HP 21 A 5612 ର ଗୁପ୍ତ ଚାମ୍ବର ରୁ ୬୧୩ କେଜି ୭୫୦ ଗ୍ରାମ ଗଞ୍ଜେଇ ଜବତ କରିଛି l ପୁଲିସ ଉକ୍ତ ଗଞ୍ଜେଇ ସହିତ ଟ୍ରକ କୁ ଜବତ କରିବା ସହିତ ଜଣେ ଅଭିଯୁକ୍ତ ୱେଷ୍ଟବେଙ୍ଗଲ ର ଏମ ହୁଗୁଲି ଜିଲା ଅନ୍ତର୍ଭୁକ୍ତ ଉତ୍ତରପରା ଗ୍ରାମର ବିଜୟ ରାୟ ର ପୁଅ ପିଣ୍ଟୁ ରାୟ ବୟସ 38କୁ ଚିତ୍ରକୋଣ୍ଡା ଥାନାକୁ ଆଣି ଅଟକ ରଖି ଚିତ୍ରକୋଣ୍ଡା ଥାନାର କେଶ ନମ୍ବର 83/2022 ଅନୁଯାଇ ଉକ୍ତ ଟ୍ରକ ଓ ଗଞ୍ଜେଇ କୁ ସିଜ କରିବା ସହ ଆଜି ଅଭିଯୁକ୍ତ କୁ କୋଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l

ad-week
Leave A Reply

Your email address will not be published.