
ଦାରିଙ୍ଗବାଡ଼ି, (୧୫/୦୭) : ଡିଜିଟାଲ ଇଣ୍ଡିଆର ନାରା ବାଜି ଦିଆ ଯାଉଥିବା ବେଳେ ବ୍ରାହ୍ମଣୀଗାଁ ଅଞ୍ଚଳ ଏହି ସେବା ପାଇବାରୁ ବହୁ ପଛରେ ରହିଛି। ଏକ ମାତ୍ର ବିଏସଏନଏଲ ନେଟ ୱାର୍କ ସେବା ରହିଛି ସତ ହେଲେ ଦିନେ ଚାଲିଲେ ୫ଦିନ ବନ୍ଦ ରହୁଛି। କରେଣ୍ଟ ନାହିଁତ ନେଟୱାର୍କ ନାହିଁ। କୋଭିଡ ପରଠାରୁ ଅନଲାଇନ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ନିଜ ଗାଁ ବା ଘର ପାଖରେ ସରକାରଙ୍କ ସମସ୍ତ ସୁବିଧା ଉପଲବ୍ଧ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ମାରୁଥିବା ବେଳେ ସ୍ୱାଧୀନତାର ୭୫ବର୍ଷ ପରେବି ଛାତ୍ର ଛାତ୍ରୀ ଠାରୁ ଆରମ୍ଭକରି ସାଧାରଣ ଜନତା ସହିତ ଅଞ୍ଚଳକୁ କୌଣସି କାମ ନେଇ ଆସୁଥିବା ବୁଦ୍ଧି ଯିବି ନେଟ ୱାର୍କ ସେବାର ଅବ୍ୟବସ୍ଥାରେ ଦୁର୍ଭାଗ୍ୟର କଥା ବୋଲି କହୁ ଛନ୍ତି। ଏପାଖରେ ଜିଲା ପ୍ରଶାସନ ସବୁ ନେଟୱାର୍କ ସେବା ଠିକ ରହୁ ନଥିବାରୁ ମୁଖ୍ୟ କରି ଜନ ସେବା କେନ୍ଦ୍ର, କିଓସ୍କ ସେବା ସବୁ ଅଚଳ ରହୁଥିବାରୁ ସେବା ପାଇବାରୁ ସାଧାରଣ ଜନତା ବଞ୍ଚିତ ରହୁଛନ୍ତି। ଅନ୍ୟ ଏକ ନେଟୱାର୍କ ସେବା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ସାଂସଦ ଓ ବିଧାୟକଙ୍କୁ ବହୁବାର ମୌଖିକ ସହିତ ଲିଖିତ ଭାବେ ଦେଇ ଆସୁଥିଲେ ସୁଧା ଆଜ ଯାଏ ଏହିସୁବିଧା ପାଇବାରୁ ବଞ୍ଚିତ ରହି ଛନ୍ତି ବୋଲି ସର୍ଵ ସାଧାରଣରେ ଆଲୋଚନା କରୁଛନ୍ତି। ନେଟୱାର୍କ ସମସ୍ୟା ନେଇଁ ଜିଲା ପ୍ରଶାସନ ସହିତ ବିଭାଗୀୟ ଅଧିକାରୀ ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇ ଯାଇଛନ୍ତି। ଏପାଖରେ ଶାସକ ଦଳର ଦଳୀୟ କର୍ମୀ ମାନେ ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତରେ ଦେଇଥିବା ପ୍ରତିଶୃତି ବିଫଳ ହୋଇଥିବା ମନେକରି ଲଜ୍ୟା ଅନୁଭବ କରୁଛୁ ବୋଲି କହୁଥିବା ପ୍ରକାଶ ପାଇଛି। ଏବେ ନାହିଁ ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଞ୍ଚଳର ଭୋଟ ପାଇବା ପାଇଁ ନୂତନ ଏକ ନେଟୱାର୍କ ସେବା ଯୋଗାଇ ପାରନ୍ତି ବୋଲି ଦଳଗତ ନିର୍ବିଶେଷରେ ଚର୍ଚ୍ଚା କରୁଥିବା ପ୍ରକାଶ ପାଇଛି।