ଯୋଗ ବିଜ୍ଞାନ ଓ ସମାଜ ମଙ୍ଗଳ ସମିତି ପକ୍ଷରୁ ଵୃକ୍ଷ ରୋପଣ

add-all

ଚିକିଟି : ଚିକିଟି ଆର୍ଯ୍ୟ ସମାଜ ଆନୁକୂଲ୍ୟରେ ୠଷିଦଲଦୀ ପାହାଡ଼ ନିକଟସ୍ଥ ଯୋଗ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମାଜ ନେତୃତ୍ୱରେ ଔଷଧୀୟ ବୃକ୍ଷ ସାଙ୍ଗକୁ ୩୦୦ସହରୁ ଉର୍ଦ୍ଧ ବିଭିନ୍ନ ପ୍ରଜାତି ର ବୃକ୍ଷ ରୋପଣ କରି ଅସନ୍ତୁଳନ ପ୍ରାକୃତିକ ପରିବେଶ ର ସୁରକ୍ଷା ପାଇଁ ଗଛ ଲଗେଇ ସବୁଜ ବିପ୍ଳବ ସୃଷ୍ଟି କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଚିକିଟି ଆର୍ଯ୍ୟ ସମାଜ ସଭାପତି ଧର୍ମା ରାଓ ସାହୁ,ସମ୍ପାଦକ ଭଗବାନ ସାହୁ,ପ୍ରଶିକ୍ଷଣ କେନ୍ଦ୍ର ସଭାପତି ଧର୍ମା ସାହୁ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଏନ ଏ ସି ଅଧ୍ୟକ୍ଷା ପ୍ରତିନିଧି ରଘୁନନ୍ଦନ ସାହୁ , ବ୍ଲକ ଅଧ୍ୟକ୍ଷ ଆପ୍ପନା ସେଠୀ, ତହସିଲଦାର ବିଶ୍ୱ ରଞ୍ଜନ କହଁର,ଉପଖଣ୍ଡ ପୋଲିସ ଅଧିକାରୀ କୃଷ୍ଣଚନ୍ଦ୍ର ଭାତ୍ରl,ଚିକିଟି ସେକ୍ସନ ବନପାଳ ଡ଼ି ପ୍ରଶାନ୍ତ ରାଓ,ଦୃଢ଼ ସଙ୍ଗଠକ ତଥା ସମାଜ ସେବୀ ସୁରେନ୍ଦ୍ର ମଣ୍ଡଳ ଯୋଗ ଦେଇ ସଂପ୍ରତି ବିଶ୍ଵ ବ୍ୟାପି ଜଳ ବାୟୁ ପରିବର୍ତ୍ତନ ର ବିକଳ୍ପ ପାଇଁ ସମସ୍ତେ ସଚେତନ ହେବା ପାଇଁ ଅନୁରୋଧ କରିଥିଲେ।ସମସ୍ତ ଅତିଥି ଙ୍କ ଉପସ୍ଥିତ ରେ ବେଲ,ନିମ୍ବ,ଅଁଳା, ବଉଳ, ସିତାଫଳ,ପିସ୍ତା ବାଦାମ, ପିଜୁଳି, ଜାମକୋଳି ଇତ୍ୟାଦି ପ୍ରଜାତି ର ଗଛ ଲଗା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଆର୍ଯ୍ୟ ସମାଜର ସମସ୍ତ ସେବାବ୍ରତୀ ପରିବାର ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.