ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀଗୁରୁ ପୂର୍ଣ୍ଣିମା

add-all

ଚିକିଟି : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ଗୁରୁପୂର୍ଣ୍ଣମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମ୍ପାଦକ ଶ୍ରୀ ଆର୍ତ୍ତତ୍ରାଣ ବେହେରା ଉପସ୍ଥିତ ରହି ଗୁରୁପୂର୍ଣ୍ଣମାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଚିକିଟି ପେଣ୍ଠ ସ୍ଥାନୀୟ ସ୍ୱୟଂ ସେବକ ସଙ୍ଘର ବରିଷ୍ଠ ସ୍ୱୟଂ ସେବକ ଶ୍ରୀ ଟି ଆନନ୍ଦ ରାଓ ସୁବୁଦ୍ଧି ଗୁରୁଙ୍କ ପ୍ରତି ସମ୍ମାନ ଦେବାର ଆବଶ୍ୟକତା ସହ ଗୁରୁଙ୍କ ଆଶ୍ରିବାଦ ଭବିଷ୍ୟ ଜୀବନ ମଙ୍ଗଳମୟ ହେବ ବୋଲି ଶିଶୁ ମାନଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ରବିନାରାୟଣ ରାଉଳ, ଏସ ସତ୍ୟ ନାରାୟଣ ଓ ଶିବରାମ ଗୁରୁଜୀ ବୌଦ୍ଧିକ ପ୍ରଦାନ କରିଥିଲେ। ଗୁରୁପୂର୍ଣ୍ଣମା ଉତ୍ସବରେ ଅନ୍ୟତମ କାର୍ଯ୍ୟକର୍ମ ଭାବେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଦେଇଥିବା ବୃକ୍ଷ ଗୁଡିକୁ ନେଇ ମନ୍ଦିର ପରିବେଷରେ ବୃକ୍ଷ ରୋପଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟର ବ୍ୟବସ୍ଥା ଶ୍ରୀ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଓ ଅନୁଷ୍ଠାନର ସମସ୍ତ ସେବାବ୍ରତୀଙ୍କ ସହ ପରିଚାଳନା ସମିତିର ସଦସ୍ୟା ଦ୍ବୟ ସନ୍ଧ୍ୟାରାଣୀ ସେଠୀ ଓ ପ୍ରିୟଦର୍ଶନୀ ସାହୁଙ୍କ ସଦୟ ଉପସ୍ଥିତିରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା।

ad-week
Leave A Reply

Your email address will not be published.