ରଣଜୀ ମ୍ୟାଚ ଖେଳନ୍ତୁ କୋହଲି: କପିଲ ଦେବ

add-all

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଅତୀତରେ କହିଥିଲେ ଯେ ଯଦି ବିରାଟ କୋହଲି ଫର୍ମରେ ନାହାଁନ୍ତି ତେବେ ତାଙ୍କୁ ଟି -୨୦ ଦଳରୁ କାହିଁକି ବାଦ ଦିଆଯାଇପାରିବ ନାହିଁ। ତେବେ ବର୍ତ୍ତମାନ କପିଲ କହିଛନ୍ତି ଯେ ବିରାଟଙ୍କ ପରି ଜଣେ ଖେଳାଳିଙ୍କୁ ବାଦ ଦିଆଯିବା ଉଚିତ ନୁହେଁ। କିନ୍ତୁ ଫର୍ମ ଫେରି ପାଇବା ପାଇଁ ରଣଜୀ ଟ୍ରଫି ଖେଳିବାକୁ ବିରାଟ କୋହଲିଙ୍କୁ ସେ ପରାମର୍ଶ ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତର ଟି -୨୦ ଦଳ ଚୟନକୁ ନେଇ ସେ ଏହା କହିଛନ୍ତି।
ଏହି ସିରିଜ୍ ପାଇଁ ବିରାଟ କୋହଲି, ଯଶପ୍ରୀତ୍ ବୁମରା, ୟୁଝବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଛି। କପିଲ କହିଛନ୍ତି ଯେ ଯଦି ଚୟନକର୍ତ୍ତାମାନେ କହୁଛନ୍ତି ଯେ ବିରାଟଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ବାଦ ଦିଆଯାଇ ନାହିଁ, ତେବେ ଏହା ପ୍ରମାଣ କରୁଛି ଯେ କୋହଲି ଜଣେ ମହାନ ଖେଳାଳି | କପିଲ କହିଛନ୍ତି ଯେ ଯଦି କୋହଲି ଭଲ ଫର୍ମକୁ ଫେରିବାକୁ ଚାହାଁନ୍ତି, ତା’ହେଲେ ସେ ଅଧିକ ଅଭ୍ୟାସ କରିବା ସହ ଅଧିକ ମ୍ୟାଚ୍ ଖେଳିବା ଉଚିତ୍।
କପିଲ କହିଛନ୍ତି ଯେ ଚୟନକର୍ତ୍ତାମାନେ କିଏ ବଡ଼ ଖେଳାଳି ଓ କିଏ ବଡ ଖେଳାଳି ନୁହେଁ ସେହି ଆଧାରରେ ଦଳ ବାଛିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିପରି ଏପରି ଖେଳାଳିଙ୍କୁ ଫର୍ମକୁ ଆଣିବେ? ସେ ଜଣେ ସାଧାରଣ କ୍ରିକେଟର ନୁହଁନ୍ତି। ତାଙ୍କର ଫର୍ମ ଫେରାଇବା ପାଇଁ ସେ ଅଧିକ ଅଭ୍ୟାସ କରିବା ଏବଂ ଅଧିକ ମ୍ୟାଚ୍ ଖେଳିବା ଉଚିତ୍ | ଆଉ ଏଥିପାଇଁ କୋହଲି ରଣଜୀ ମ୍ୟାଚ ଖେଳିବା ଉଚିତ |

ad-week
Leave A Reply

Your email address will not be published.