ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କୁ ଏକା ଦଶାହରେ ଶ୍ରଦ୍ଧାଞ୍ଜଳି

add-all

ଫୁଲବାଣୀ : କନ୍ଧମାଳର ଅଗ୍ରଣୀ ନିଷ୍ଠାପର ନୀର୍ଭୀକ ସମାଜସେବୀ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ଏକାଦଶାହ ଫୁଲବାଣୀ ଗାୟତ୍ରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ ସଂଗଠନ, ସାଙ୍ଗସାଥି ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବଙ୍କ ପକ୍ଷରୁ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରି ସ୍ମୃତି ଚାରଣ କରାଯାଇଥିଲା।ଜିଲ୍ଲା ବିକାଶ ପରିଷଦର ଆବାହକ ଅଶୋକ ପରିଡା ଶଶାଙ୍କ ର ଘନିଷ୍ଠ ବନ୍ଧୁ ସ୍ମୃତି ସଭାକୁ ସଂଯୋଜନା କରି ତାଙ୍କ ସହ ୩୨ ବର୍ଷରନିର୍ଭୀକ ସମାଜ ସେବା ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।ଜିଲା ଦୁର୍ନୀତି, ଶୋଷଣ, ଅନ୍ୟାୟ ବିରୋଧରେ ସର୍ବଦା ସ୍ୱର ଉଠାଉଥିଲେ।ଜିଲାରୁ ନିଶା ନିବାରଣ ପାଇଁ ୧୩୫ଦିନ ଗଣଧାରଣାର ନେତୃତ୍ୱ ନେଇ୨୨ଟି ମଦଭାଟି ହଟାଇ ପାରିଥିଲେ।ଯୁବ ସମାଜ କୃଷିକ୍ଷେତ୍ରରୁ ମୁଁହ ଫେରାଉଥିବା ବେଳେ ଜଣେ ଆଦର୍ଶ ସଫଳ କୃଷି ଉଦ୍ୟୋଗୀ ଭାବେ ଯୁବକମାନଙ୍କୁ ଅନୁପ୍ରାଣୀତ କରିବାକୁ ଖଲିବେରେଣା ଠାରେ ଏକ ଫାର୍ମ ହାଉସ କରିଥିଲେ।ମହିଳା ଉଦ୍ୟୋଗ ନିମନ୍ତେ ଏକ ସମବାୟ ସମିତି ଗଠନ କରିଥିଲେ।

ସ୍ମୃତି ସଭାରେ ବନବାସୀ ସେବା ସମିତିର ଉତ୍ସବ ଜେନା,ରବିନ୍ଦ୍ର କୁମାର ପଣ୍ଡା, ସମାଜ ସେବୀ ପଞ୍ଚାନନ ମିଶ୍ର, ବୈଦ୍ୟନାଥ ଖଟୁଆ, ଷଷ୍ଠୀ ପ୍ରସାଦ ମିଶ୍ର,ନବୀନ ନାୟକ, ସୁବଳ ରଣା, ଶାନ୍ତନୁ ମିଶ୍ର,ପ୍ରମୋଦ ନାୟକ,ମନୋଜ ମିଶ୍ରଙ୍କ ସହ ବରିଷ୍ଠ ନାଗରିକ ନବୀନ ପଣ୍ଡା,ବ୍ରଜ ପଟ୍ଟନାୟକ, ରାଜୁ ପାଢୀ,ବଂଶୀଧର ପଣ୍ଡା, ସଚି ପଟନାୟକ ମିଳିତ ନାଗରିକ କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ଡ ଅରୁପଜେନା,ପ୍ରଶାନ୍ତ ବେହେରା, ନାରାୟଣ ସାହୁ, ବିଜୟ ମହାନ୍ତି, ଆଇନଜୀବୀ ବିଜୟ ପଟ୍ଟନାୟକ, ବିଜୟ ମହାନ୍ତି ,କୁଇ ସମାଜ ସମନ୍ୱୟ ସମିତି ସଂମ୍ପାଦକ ଲମ୍ବୋଦର କହଁର ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଗାୟତ୍ରୀ ପରିବାର ପକ୍ଷରୁ ଶାନ୍ତି ପାଠକରାଯାଇଥିଲା।ଶଶାଙ୍କ ବାପା ମହାଦେବ ସାହୁ ଓ ଦାଦା ଉନାଥ ସାହୁ ଭାଇ ପଦ୍ମ ସାହୁ ,ଅଜୟ ସାହୁ,ଗଣନାଥ ସାହୁ,ଓ ଦେବାଶିଷ ସାହୁ ପ୍ରମୁଖ ମହାନ କାର୍ଯ୍ୟର ସ୍ମୃତି ଚାରଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ।

ad-week
Leave A Reply

Your email address will not be published.