ରାମଚଣ୍ଡୀ ପୀଠ,ବଟେଶ୍ୱର ପୀଠ ଓ ଅଳେଶ୍ୱର ପୀଠକୁ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନେଇ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ

add-all

ଛତ୍ରପୁର : ବିଧାନସଭା ରେ ନୂତନ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନେଇ ବିଧାନସଭା ରେ ପ୍ରଶ୍ନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ।ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ରହିଥିବା କେତେଗୋଟି ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନ ସ୍ଥଳୀ ରହିଛି ଏବଂ ବିଶେଷକରି ରାମଚଣ୍ଡୀ ପୀଠ,ବଟେଶ୍ୱର ଶୈବପୀଠ ଓ ଅଳେଶ୍ୱର ଶୈବପୀଠ ପ୍ରମୁଖ ପ୍ରାଚୀନ ପୀଠର ଉନ୍ନତିକରଣ ପାଇଁ କଣ ପଦକ୍ଷେପ ନିଆଯାଇଛି ।ଓଡ଼ିଶାରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଧର୍ଯ୍ୟ ଭରାସ୍ଥାନ,ଐତିହାସିକ ସ୍ଥଳୀ ଓ ଧାର୍ମିକ ସ୍ଥଳୀ ମାନଙ୍କୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବା ନିମନ୍ତେ କଣ ସବୁ ନିୟମାବଳୀ ରହିଛି।ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରସ୍ତାବ ମାନଙ୍କ ମଧ୍ୟରେ କେତେ ଗୁଡିଏ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଛି।
ଏହାର ଉତ୍ତର ଦେବାକୁଯାଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ପ୍ରକାଶ କରିଥିଲେ କି ଓଡ଼ିଶାରେ ଥିବା ବିଭିନ୍ନ ସୌନ୍ଧର୍ଯ୍ୟଭରା ସ୍ଥାନ,ଐତିହାସିକ ସ୍ଥଳୀ ଓ ଧାର୍ମିକ ସ୍ଥଳ ମାନଙ୍କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ନିମନ୍ତେ ବିଭାଗ ତରଫରୁ ଏକ ମାର୍ଗ ଦର୍ଶୀକା ପ୍ରଣୟନ କରାଯାଇଛି।ଚଳିତ ବର୍ଷ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ କୌଣସି ଜିଲ୍ଲାରୁ ବିଧିବଦ୍ଧ ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ।ଛତ୍ରପୁର ନିର୍ବାଚନ ମଣ୍ଡଳୀର ଚିଲିକା(ରମ୍ଭା) ଓ ଆର୍ଜିପଲ୍ଲୀ ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନ ସ୍ଥଳ ରହିଛି।ରାମଚଣ୍ଡୀ ପୀଠ, ବଟେଶ୍ୱର ପୀଠ ବିଧିବଦ୍ଧ ପ୍ରସ୍ତାବ ମାର୍ଗଦର୍ଶିକା ଅନୁସାରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ହସ୍ତଗତ ହେଲେ ସରକାର ଉକ୍ତ ସ୍ଥାନଙ୍କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ବିଚାର କରିବେ।

ad-week
Leave A Reply

Your email address will not be published.