ଭଗବତ କଥା ବିତରଣ ପରିଷଦ ପକ୍ଷରୁ ଚାରା ରୋପଣ

add-all

ହିଞ୍ଜିଳିକାଟୁ(୧୬।୭) : ହିଞ୍ଜିଳିକାଟୁ ଭାଗବତ କଥା ବିତରଣ ପରିଷଦ ପକ୍ଷରୁ ଚାରା ରୋପଣ ଓ ଛାତ୍ର ଛାତ୍ରୀ ମାନଙ୍କୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଶନିବାର ଶୁଭାରମ୍ଭ କରାଯାଇଛି। ହିଞ୍ଜିଳିକାଟୁ ହାଇସ୍କୁଲ ପୋଖରି ନିକଟ ନିର୍ମାଣ ହେବାକୁଥିବା କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ସା ପାର୍ଶ୍ବରେ ବୃକ୍ଷରୋପଣ ସହ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ,ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ,ଉପାଧ୍ୟକ୍ଷା ସୁଚିତ୍ରାପଣ୍ଡା ,ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା,ହିଞ୍ଜିଳିକାଟୁ ଗୋଷ୍ଟିଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ ଓ ପୌରପରିଷଦ କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ଦାସ ଯୋଗଦେଇ ଚାରାରୋପଣ ଶୁଭାରମ୍ଭ କରିଥିଲେ।ରୋପଣ କରାଯାଇଥିବା ଚାରାର ରକ୍ଷଣା ବେକ୍ଷଣ ଦାୟିତ୍ବ ନିର୍ବାହ କରିବାକୁ ପରିଷଦ ର ସମସ୍ତ ସଦସ୍ୟ ଶପଥ ନେଇଥିଲେ। ଵିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ ସମେତ ଅଧିକ ଅମ୍ଳଜାନ ପ୍ରଦାନ କାରି ଚାରା ରୋପଣ କରାଯାଇଛି। କାର୍ଯ୍ୟକ୍ରମ ରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ର ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମୀକ୍ଷକ ଡ଼ଃ ରମେଶ ଚନ୍ଦ୍ର ଚୌଧୁରୀ, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ,ସମ୍ପାଦକ ତରୁଣ କୁମାର ପଣ୍ଡା , କୋଷାଧ୍ୟକ୍ଷ ଗୌରହରି ପୃଷ୍ଟି , ସମିକ୍ଷକ ପ୍ରଫେସର ରମେଶ ଚନ୍ଦ୍ର ଚୌଧୁରି,ମାର୍ଗଦର୍ଶକ ସଭ୍ୟ ରାୟଣପାଢି.ଉପସଭାପତି ଏ ଶଙ୍କର ଆଚାରି,ଜଗନ୍ନାଥ ଦାସ, ରୋହିତ ପାଢ଼ି, ହରିହର ଚୌଧୁରି,ଅରବିନ୍ଦ ପଣ୍ଡା,ଡଃ ଗଦାଧର ବେହେରା, ନାରାୟଣ ପାଢୀ, ପୁଣିବାସୀ ପାଣିଗ୍ରାହୀ, ନିରୁପମା ସାହୁ,ଭାଗ୍ୟଲକ୍ଷ୍ମୀ ପାଢୀ,ଶକୁନ୍ତଳା ସାହୁ, ଜୟନ୍ତୀ ବେହେରା, ଝୁନୁ ଚୌଧୁରୀ, ସଂଯୁକ୍ତା ବେହେରା, ଦୂତିକୃଷ୍ଣ ପଣ୍ଡା, ବିଶ୍ବମ୍ବର ସାହୁ ଙ୍କ ସମେତ ହିଞ୍ଜିଳିକାଟୁ ଗାୟତ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସସ୍ମିତା ପଟ୍ଟନାୟକ ଓ ଛାତ୍ର ଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.