ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଟିକା ନେବାକୁ ଆସିଥିବା ଲୋକେ

add-all

ବାଲେଶ୍ୱର: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା ଦେଇଛନ୍ତି। ଅଫଲାଇନ ବଦଳରେ ଅନ୍‌ଲାଇନ୍‌ ଟିକାଦାନକୁ ବିରୋଧ କରି ଏଭଳି ହୋଇଥିବା ଜଣାପଡ଼ିଛି।
ସୂଚାନାଯୋଗ୍ୟ, ଶୁକ୍ରବାର ଅଫଲାଇନରେ ଟିକା ଦିଆ ଯାଉଥିବାବେଳେ, ପୂର୍ବରୁ ସୂଚନା ନ ଦେଇ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଥିଲା।

ଫଳରେ ଟିକା ନେବାକୁ ଲୋକେ ଆସିଥିବା ବେଳେ ସେମାନଙ୍କୁ ଦିଆଯାଇ ନ ଥିଲା । ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇ ଦେଇଛନ୍ତି ।

ad-week
Leave A Reply

Your email address will not be published.