ଜଗଜୀବନରାମ ଛାତ୍ରାବାସରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

add-all

ମାଲକାନଗିରି,୧୭/୦୭:- ମାଲକାନଗିରି ମହାବିଦ୍ୟାଳୟ ପରିସରରେ ବାବୁ ଜଗଜୀବନରାମ ଛାତ୍ରାବାସରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଶେଷ ବର୍ଷ ପିଲାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ, ଅଗ୍ନିଶିଖା ଛାତ୍ରାବାସର ମୁଖ୍ୟ ଶ୍ରୀମତୀ ପ୍ରେମରେଖା ଭତ୍ରା ଏବଂ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ସହ ବହୁ ସହକର୍ମୀମାନେ ମଧ୍ୟ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାର ପରିଚାଳନା ଦାୟିତ୍ବରେ ଥିଲେ ଛାତ୍ରାବାସର ମୁଖ୍ୟ ଶ୍ରୀ ଗୌତମ କୁମାର ନାୟକ, ଏହି ସଭାରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଛାତ୍ରମାନେ ଉପସ୍ଥିତ ଥିଲେ । ୨୫ ଜଣ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରମାନଙ୍କୁ ସମ୍ବର୍ଦ୍ଧନା ଦେଇ ଭବିଷ୍ୟତ ଜୀବନରେ ସେମାନେ କିପରି ଭଲ ପାଠ ପଢି ପାରିବେ ଓ ଭଲ ମଣିଷଟିଏ ହୋଇପାରିବେ ସେହି ବାବଦରେ ଉପଦେଶ ଦେଇଥିଲେ । ସଭାରେ ଯୁକ୍ତ ତିନିର ଛାତ୍ର ଶୁଭ ବିଶ୍ୱାସ ନିଜର ଅନୁଭୂତି ବାଣ୍ଟିବା ସହିତ ଛୋଟ ଭାଇମାନଙ୍କୁ ଅନେକ ଉପଦେଶ ଦେଇଥିଲେ । ସଭା ଶେଷରେ ସମସ୍ତଙ୍କ ପାଇଁ ଭୋଜନର ବନ୍ଦୋବସ୍ତ ହୋଇଥିଲା ।

ad-week
Leave A Reply

Your email address will not be published.