ଚିକିଟିରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

add-all

ଚିକିଟି : ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଜାରୀ ରହିଛି ବୃକ୍ଷ ରୋପଣ, ରକ୍ତଦାନ ଶିବିର ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ । ସେହି କ୍ରମରେ ଆଜି ସ୍ଥାନୀୟ ବିଧାୟିକା ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମାଁବାଳକୁମାରୀ ଙ୍କ ରାସ୍ତାର ଉଭୟ ପାର୍ଶ୍ଵ ଓ ବିଭିନ୍ନ ସ୍ଥାନରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ବରିଷ୍ଠ ସଂଗଠକ ତଥା ସମାଜସେବୀ ସୁରେନ୍ଦ୍ର ମଣ୍ଡଳ,ଚିକିଟି ଏନ ଏ ସି ଅଧକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ,ବ୍ଲକ ଅଧ୍ୟକ୍ଷ ଆପ୍ପନା ସେଠୀ, ୧୭ ନମ୍ବର ଜୋନ ଜିଲ୍ଲା ପରିଷଦ ଏମ.ନାଗରାଜୁ, ବ୍ଳକ ବିଜେଡି ସଭାପତି ହାରମ୍ଭ ରେଡ୍ଡୀ,ଏନ ଏନ୍ଏସି ଯୁବ ସଭାପତି ରଘୁନନ୍ଦନ ସାହୁ,ଛ ଛାତ୍ର ସଭାପତି ଆଶିଷ ପ୍ରଧାନ, ବ୍ଳକ ଛାତ୍ର ସଭାପତି କାଳି ପ୍ରସାଦ ପଣ୍ଡା ଙ୍କ ସମେତ ଉମା ରେଡ୍ଡୀ, କିଶୋର ପଣ୍ଡା, କ୍ରିଷ୍ଣା ରାଓ, ପ୍ରଶାନ୍ତ କୁମାର ସାହୁ, ମେଘନାଦ ପଣ୍ଡା, ସୁଶାନ୍ତ ପଣ୍ଡା,ବିପଦ ପଣ୍ଡା,ରୋହନ ପଟ୍ଟନାୟକ, ଜଗଦୀଶ ସାହୁ, କୃଷ୍ଣ ପାଢ଼ୀ,ଶ୍ରୀଧର ସାହୁ,ଶିବ ପ୍ରସାଦ ସାହୁ, ହରିଶ୍ ପ୍ରଧାନ,ଧର୍ମା ରାଓ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ବେଲ ,ନିମ , ଅଁଳା ,ବଉଳ ,କଦମ୍ବ ,ବାଦାମ , କୃଷ୍ଣଚୂଡ଼ା,ଶିଶୁଆ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା।

ad-week
Leave A Reply

Your email address will not be published.