ବାରହା ଆକ୍ରମଣରେ ବିଧବା ମହିଳା ଗୁରୁତର

add-all

ପାତ୍ରପୁର : ପାତ୍ରପୁର ବ୍ଲକ ସୁରଙ୍ଗୀ ପଂଚାୟତ ଅନ୍ତର୍ଗତ ତିତିଗାଁ ଗ୍ରାମର ଜଣେ ବିଧବା ମହିଳା ରବିବାର ବାରହା ଆକ୍ରମଣରେ ଗୁରୁତର ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣକ ହେଉଛନ୍ତି ଗ୍ରାମର ପ୍ରମିଳା ସେଠୀ।ରବିବାର ମଧ୍ୟାହ୍ନରେ ସେ ନିଜ ଶାଶୁ ସତ୍ୟ ସେଠୀଙ୍କ ସହ ଗ୍ରାମର ଜନୈକ ବ୍ୟକ୍ତିଙ୍କ ବିଲରେ ତଳି ପକେଇବା ପାଇଁ ବାହାରିଥିଲେ। ଯିବା ସମୟରେ ହଠାତ ଏକ ବାରହା ପ୍ରମିଳା ଆକ୍ରମଣ ରକ୍ତାକ୍ତ କରିଦେଇଥିଲା।ଯାହାରି ଫଳରେ ତାଙ୍କ ଜଂଘ ଗୋଡ଼ ଓ ଶରୀର ର ବିଭିନ୍ନ ସ୍ଥାନ ରେ ଗଭୀର ଆଘାତ ଲାଗିଥିଲା । ଆକ୍ରମଣ ବେଳେ ପ୍ରାଣରକ୍ଷା ପାଇଁ ପ୍ରମିଳା ପ୍ରବଳ ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନା ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି।

ad-week
Leave A Reply

Your email address will not be published.