ଦାରିଙ୍ଗବାଡ଼ି ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

add-all

ଦାରିଙ୍ଗବାଡ଼ି, (୧୭/୭) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ଚିର ପରିଚିତ। ସେଇଭଳି ଦାରିଙ୍ଗବାଡି ବଣିକ ସଂଘରବି ବ୍ଲକ ଅଞ୍ଚଳ ସହିତ ଜିଲାରେବି ସତନ୍ତ୍ର ପରିଚୟ ରହିଛି। ଯାହାକି ଏହି ସଙ୍ଘ ପକ୍ଷରୁ ବିଭିନ୍ନ ସମୟରେ ଅସହାୟଙ୍କୁ ସହାୟ ହେବା ସହିତ, ବୃଦ୍ଧ ବୃଦ୍ଧାଙ୍କୁ ଶୀତ ଦିନରେ ଶୀତ ବସ୍ତ୍ର ପ୍ରଦାନ ସହିତ ବହୁ ଉନ୍ନୟନ କାର୍ଯ୍ୟ କ୍ରମରେ ପ୍ରମୁଖ ଭୂମିକା ତୁଲାଇ ଆସିବାର ନଜିର ରହିଛି । ଏହି ପରି ପ୍ରେକ୍ଷୀରେ ଆଜି ବଣିକ ସଙ୍ଘର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସର୍ଵ ସମ୍ମତି କ୍ରମେ ଲଡୁକିଶୋର ସାହୁଙ୍କୁ ବଣିକ ସଂଘର ସଭାପତି ଭାବେ ମନୋନୀତ କରା ଯାଇ ଥିବାବେଳେ ଉପ ସଭାପତି ଭାବେ ସନ୍ତୋଷ କୁମାର ସାହୁ, ଦିଲିପ କୁମାର ସାହୁ ଓ ଦୁର୍ଗାପ୍ରସାଦ ସୁବୁଦ୍ଧି ଙ୍କୁ ଚୟନ କରାଯାଇଛି। ସେହି ଭଳି ସମ୍ପାଦକ ଭାବେ ରାମାରାଓ ପୃଷ୍ଟି ଓ କୋଷଧକ୍ଷ ଭାବେ ଭଗବାନ ସାହୁଙ୍କୁ ବାଛିତ କରି ଦାଇତ୍ୱ ପ୍ରଦାନ କରାଯାଇଥିବା ଜଣାପଡିଛି। ପୂର୍ବରୁ ସହାପତି ଭାବେ ଅରୁଣ କୁମାର ସାହୁ ,ଉପ ସଭାପତି ଭାବେ ସରୋଜ କୁମାର ସାହୁ, ବିରଞ୍ଚି ନାରାୟଣ ସାହୁ, ସନ୍ତୋଷ କୁମାର ସାହୁ, ସମ୍ପାଦକ ଭାବେ ସୁଶାନ୍ତ କୁମାର ସାହୁ ଓ ସହ ସମ୍ପାଦକ ଭାବେ ରାମାରାଓ ପୃଷ୍ଟି ଦୀର୍ଘ ବର୍ଷ ଧରି ଦାଇତ୍ୱ ଭାର ତୁଲେଇ ଆସିଥିଲେ। ପ୍ରକାଶ ଥାଉକି ପ୍ରତି ୩ବର୍ଷରେ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଉଥିବା ଜଣାପଡିଛି।

ad-week
Leave A Reply

Your email address will not be published.