ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନିତ

add-all

ଫୁଲବାଣୀ : ଉଫୁନl, ଓଡିଶା ତରଫରୁ ଆୟୋଜିତ ପୁସ୍ତକ ଲୋକାର୍ପଣ ଓ କବି ସମ୍ମିଳନୀ ଅବସରରେ କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ. ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି l ଅବସରପ୍ରାପ୍ତ ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦୁଇଟି ପୁସ୍ତକ “ତତ୍ୱବୋଧ ଓଡ଼ିଆ ଭାଗବତ” ଓ “ମହର୍ଷି ବେଦବ୍ୟାସ ବିରଚିତ ବ୍ରହ୍ମସୁତ୍ର”ର ଲୋକାର୍ପଣ ଉତ୍ସବ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବକାରୀ, ପର୍ଯ୍ୟଟନ, ଭାଷା ସାହିତ୍ୟ ତଥା ସଂସ୍କୃତି ମନ୍ତୀ ଅଶ୍ୱନୀ ପାତ୍ର, ପୂର୍ବତନ ନଗର ଉନ୍ନୟନ ନିର୍ଦେଶକ ମୀନକେତନ ଦାସ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଧନଞ୍ଜୟ ସ୍ୱାଇଁ, ଉଫୁନl ସଭାପତି ମନୋରଞ୍ଜନ ପଟନାୟକ, ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦ କୁମାର ନାୟକ, ଉଫୁନl ମହା ସଚିବ ଡ଼ଃ ଦ୍ବିପୟନ ପଟନାୟକ ତଥା ସାହିତ୍ୟ ଏକାଡେମୀ ରାଜ୍ୟ ସଦସ୍ୟ ବହାଦୁର ପାଟଶାଣୀ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ ସହ ସମ୍ୱର୍ଦ୍ଧିତ ପ୍ରତିଭା ମାନଙ୍କୁ ମାନପତ୍ର ଓ ଫୁଲ ତୋଡ଼ା ପ୍ରଦାନ କରିଥିଲେ l ପରେ ପରେ ଡ଼ଃ ମହାପାତ୍ରଙ୍କ ସଭାପତିତ୍ୱ ରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ବହୁ କବି ନିଜ କବିତା ଆବୃତ୍ତି କରିଥିଲା ବେଳେ ଅନ୍ୟତମ ପ୍ରତିଭା ଭାବେ ବୌଧର ସୂର୍ଯ୍ୟାକାନ୍ତି ବାରିକ, ଭଦ୍ରକର ସୁରେନ୍ଦ୍ର ପ୍ରସାଦ ମହାନ୍ତି ସମ୍ୱର୍ଦ୍ଧିତ ହୋଇଥିଲେ l ଡ଼ଃ ନୃସିଂହାନନ୍ଦଙ୍କୁ ତାଙ୍କର ଏହି କୃତିତ୍ୱ ପାଇଁ ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ ପ୍ରମୁଖଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l

ad-week
Leave A Reply

Your email address will not be published.