ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଯୁବକଙ୍କ ଆତ୍ମହୁତି ଉଦ୍ୟମ

add-all

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଚାଲିଥିବା ବେଳେ ଜରେ ଯୁବକ କିରାସିନ ଢାଳି ଆତ୍ମହୁତି ଉଦ୍ୟମ କରିଛି। ଯୁବକ ଜଣକ ହେଉଛନ୍ତି ପରଜଙ୍ଗ ଥାନା କାଦପଡା ଗାଁର ବାବୁ ସାହୁ ।ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡରେ ବାବୁ କାର୍ଯ୍ୟ କରୁଥିଲେ ।

ତାଙ୍କର ୭ ମାସର ଦରମା ସହ ତାଙ୍କୁ ଚାକିରୀରୁ ବାହାର କରି ଦେଇଥିବା ଯୋଗୁଁ ମାନସିକ ଚାପରେ ରହି ଆସୁଥିଲେ । ସେ ଦୀର୍ଘ ୧୩ ବର୍ଷ ଧରି ମହାବିରୋଡ଼ ରେଞ୍ଜରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ଭାବେ ଦଦରାଘଟି ଫରେଷ୍ଟ ସେକ୍ସନରେ କାର୍ଯ୍ୟ କରୁଥିଲେ । କିନ୍ତୁ ତାଙ୍କୁ ୧୦ ମାସ ହେବ କାର୍ଯ୍ୟରୁ ବାହାର କରିଦିଆଯାଇଛି। ବାରମ୍ବାର ସ୍ଥାନୀୟ ବନ ଅଧିକାରୀ, ସ୍ଥାନୀୟ ବିଧାୟକ, ଢେଙ୍କାନାଳ ସାଂସଦ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କିଛି ପଦକ୍ଷେପ ଗ୍ରହଣ କରୁନଥିବା ବାବୁ ପ୍ରକାଶ କରିଛନ୍ତି । ତାଙ୍କ ଉପରେ ନିର୍ଭର କରୁଥିବା ପକ୍ଷାଘାତ ପିଡିତ ବାପା,ମା,ସ୍ତ୍ରୀ ଓ ଦୁଇ ପିଲାଙ୍କ କିପରି ଭରଣପୋଷଣ କରିବେ ସେହି ଚିନ୍ତାରେ ଥିଲେ। ଯାହାକୁ ନେଇ ସେ ଆତ୍ମହୁତି ଦେଉଥିବା କହିଛନ୍ତି।

ad-week
Leave A Reply

Your email address will not be published.