ମୃତ ମା ଝିଅଙ୍କ ପରିବାରଙ୍କୁ ସହାୟତାର ହାତ ବଢ଼େଇଲା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ତ୍ରିଦେବ ନଗର ବସ୍ତିରେ ପାଚେରୀ ଭାଙ୍ଗି ମୃତ୍ୟୁ ବରଣ କରିଥିବା ସୁରତି ମାଝି ତାଙ୍କ ଚାରି ବର୍ଷର ଝିଅ ସହାନୀ ମାଝୀ ଙ୍କ ର ପରିବାର ବା ଆହତ ହେଇ ବ୍ରହ୍ମପୁର୍ ମେଡିକାଲ ରେ ଚିକିତ୍ସାଧିନ ଥିବା ବ୍ରଜବନ୍ଦୁ ମାଝିଙ୍କ ଅନାଥ ଦୁଇ ବର୍ଷର ଛୁଆକୁ ଫୁଲବାଣୀ ସ୍ତିତ ତ୍ରିଦେବ ନଗର ସାହିର ପାଳନ କରୁଥିବା କାମେଶର ମଲିକଙ୍କ ଘରେ ପହଞ୍ଚି ଅସହାୟ ଶିଶୁକୁ କିଛି ଶିଶୁ ଖାଦ୍ୟ ଏବଂ ନୂତନ ପୋଷାକ ଦେଇ ତାଙ୍କୁ ସାନ୍ତ୍ବନା ଦେଇଛନ୍ତି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର କର୍ମକର୍ତ୍ତା ମାନେ । ଉକ୍ତ ସମୟରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ , ଉପ ସଭାପତି , ବିରାଜ କୁମାର୍ ପ୍ରଧାନ , କୋଷାଧ୍ୟକ୍ଷ, ଏସ୍ କେ,ରିହାଜୁଦିନ, ସାଫ୍ରିନ ଖାନ, ସରୋଜ ଦାସ, କୁମୁଦିନି , ସରସ୍ୱତୀ ନାୟକ ଏବଂ ତ୍ରିଦେବ ନଗର ବସ୍ତିର ସଭାପତି , ସୁରଥ କହଁର ,ବୃଦ୍ଧିଜିବୀ ମହିଳା ,ତାରାବତି ମାଝି, ଝୁନୁ କଂହର , ବିକ୍ରମ ,ମିତା ଏବଂ ସାମ୍ବାଦିକ ତଥା ହୋମଗାର୍ଡ ସଂଘର ପରାମର୍ଶ ଦାତା କୁନା ଦିଗାଲ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.