
ବ୍ରହ୍ମପୁର : ଆଜି ସହିଦ ସୁଶାନ୍ତ ଗୌଡ଼ ଙ୍କ 39ତମ ଜନ୍ମଦିବସ ଅବସରରେ ବଡବଜ଼ାର ଥାନା ପରିସରରେ ଥିବା ସହିଦ ସୁଶାନ୍ତ ଗୌଡ଼ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଏହି ଅବସରରେ ସହିଦ ସୁଶାନ୍ତ ଗୌଡ଼ ଙ୍କ ବାପା ନିରଞ୍ଜନ ଗୌଡ଼ ପୁଅ ର ବୀରତ୍ୱ ର ଗାଥା କୁ ମନେ ପକାଇ ଭାବ ବିହ୍ବଳ ହୋଇଯାଥିଲେ | ବ୍ରହ୍ମପୁର SDPO ଶ୍ରୀଯୁକ୍ତ ବିଷ୍ଣୁ ପତି, ବଡ ବଜ଼ାର ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଭୂପତି ଓ କାର୍ଯ୍ୟରତ ପୋଲିସ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହ 2008 ମସିହା ନୟାଗଡ ର ଗସମହା ଜଙ୍ଗଲ ରେ ନକ୍ସଲ ଙ୍କ ସହ ବୀରତ୍ୱ ର ସହ ଲଢ଼ି ସହିଦ ହୋଇଥିବା କଥା ସ୍ମୁତିଚରଣ କରିଥିଲେ ଏଥିରେ ରାକେଶ ସାହୁ, ଭୋଗୀ ପଣ୍ଡା, ସିମାଞ୍ଚଳ ସାହୁ, ମଧୁସୂଦନ ସାହୁ,ସଞ୍ଜୟ ଦାସ, ଅସିତ ସାବତ, k. ମୁନା ରେଡି, ସିମାଞ୍ଚଳ ପଣ୍ଡା, ଗୋପାଳ ପତି,ସୁଶାନ୍ତ ସାହୁ ଙ୍କ ସମେତ ବହୁ ଅଞ୍ଚଳବସି ଉପସ୍ଥିତ ଥିଲେ