
ଭୁବନେଶ୍ବର, ୧୯।୭ ଚଳିତ ଶିକ୍ଷାବର୍ଷ ରୁ ଶତ ପ୍ରତିଶତ ସିଲାବସରେ ଯୁକ୍ତ ୨ ପରୀକ୍ଷା ହେବ । ସେଥିପାଇଁ ଚଳିତ ଶିକ୍ଷା ବର୍ଷରେ ଶତ ପ୍ରତିଶତ ସିଲାବସ୍ ରେ ପାଠପଢା ହେବ । ତେବେ ୨୦୨୨ ପରୀକ୍ଷାରେ ଫେଲ ହୋଇଥିବା ପରୀକ୍ଷାର୍ଥୀ ୨୦୨୩ ଓ ୨୦୨୪ ବର୍ଷ ପରୀକ୍ଷାରେ ପୂର୍ବରୁ ହ୍ରାସ ପାଇଥିବା ୭୦ ପ୍ରତିଶତ ପୁରୁଣା ସିଲାବସରେ ପରୀକ୍ଷା ଦେବେ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।