
ହିଞ୍ଜିଳିକାଟୁ (୧୯।୭) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ନାଳହୁଡା ନିକଟ ଠାକୁରାଣୀ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ଅପରାହ୍ନରେ ଖଣ୍ଡରା ଗ୍ରାମ ନିକଟରେ ନାଳ ହୁଡାରେ ମହିଳାଙ୍କ ମୃତ ଦେହ ଦେଖିଥିଲେ ସ୍ଥାନୀୟ ଲୋକ । ସେମାନେ ହିଞ୍ଜିଳି ପୁଲିସ କୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲ କୁ ପଠାଇଥିଲା । ମୂତ ମହିଳା ଜଣକ ହେଲେ ମନାସ ନାୟକ ୬୫ ।ଗ୍ରାମବାସୀ କହିବାନୁସାରେ ସେ ୧୫ ବର୍ଷରୁ ଊର୍ଦ୍ଧ୍ବ ଧରି ଭିକମାଗି ଚଳୁଥିଲେ। ଏନେଇ ହିଞ୍ଜିଳି ଥାନାରେ ୨୦।୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳି ଥିଲେ ମଧ୍ୟ କେହି ଦାଵିଦାର ନଥିବାରୁ ପୋଲିସ ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଅଧିକ ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା।