ମୋଟୁ ଅଞ୍ଚଳରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସ୍ବାସ୍ଥ୍ୟକିଟ୍‌ ଓ ଶୁଖିଲା ଖାଦ୍ୟ ବିତରଣ ।

add-all

ମାଲକାନଗିରି (୨୦/୦୭) :- ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା, ଭୁବନେଶ୍ୱର ତରଫରୁ ଏକ ଶହ ସ୍ୱାସ୍ଥ୍ୟକିଟ ଜିଲ୍ଲାପାଳ ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟା ପ୍ରଭାବିତ ଅଞ୍ଚଳ ମୋଟୁ, ବିନାୟକପୁର ଏବଂ କାଲୁର ଗ୍ରାମର ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟକିଟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ରେଡକ୍ରସ ସୋସାଇଟି ସମ୍ପାଦକ ଲଳିତ ମଣ୍ଡଳ, ଡେପୁଟି କଲେକ୍ଟର ତଥା ଜରୁରୀ କାଳୀନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫୪୦ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପିଇବା ପାଣି ଇତ୍ୟାଦି ମାଲକାନଗିରିର ବଦାନ୍ୟ ଶାନ୍ତିଲାଲ ସୋମାନି ପରିବାର ତରଫରୁ ସହାୟତା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡକ୍ରସର ଆବାହକ ତଥା ସମ୍ପାଦକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମୋଟୁ ସରପଞ୍ଚ ରୁଚିକା କାଟାମ ଏବଂ ସମ୍ମାନିତ ଅତିଥି ରୂପେ ମୋଟୁ ଅତିରିକ୍ତ ତହସିଲଦାର ସବିର ଶାହା ଉପସ୍ଥିତ ରହି ସ୍ଥାନୀୟ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳରେ ପିଡିତ ଲୋକଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପି.ଇ.ଓ, ଜି.ପି.ଇ.ଓ, ଆର.ଇ ଏବଂ କନିଷ୍ଠ କିରାଣୀ ହେମନ୍ତ ମାଝୀ ସହଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏମ୍.ଭି:- ୮୮ ଉଚ୍ଚ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ମୋଟୁ ବିଦ୍ୟାଳୟର ୧୯୨ ଛାତ୍ର ଏବଂ ୭୬ ଛାତ୍ରୀଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ସହିତ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଇଛି । ଭାରତୀୟ ରେଡକ୍ରସ ସୋସାଇଟିର ଚିନ୍ତୁର ଜିଲ୍ଲାର କାଲୁର ଗ୍ରାମରେ ବନ୍ୟା ପିଡିତ ୬୦ ପରିବାରକୁ ଶୁଖିଲା ଖାଦ୍ୟ ସହିତ ସ୍ୱାସ୍ଥ୍ୟକିଟ ପ୍ରଦାନ କରାଯାଇଛି । ସୋମାନି ପରିବାର ପ୍ରତିନିଧି ଦିଲ୍ଲୀପ ସୋମାନିଙ୍କ ସହାୟତାରେ ପାଣି ଟାଙ୍କି ସହିତ ଏହି ସବୁ ଶୁଖିଲା ଖାଦ୍ୟର ବନ୍ଦୋବସ୍ତ କରାଯାଇଛି । ଆଗାମୀ ଦିନରେ ରେଡକ୍ରସ ତରଫରୁ ପଲିଥିନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ବିତରଣର ଲକ୍ଷ୍ୟ ରଖାଯାଇଛି । ରେଡକ୍ରସର କାର୍ଯ୍ୟକ୍ରମକୁ ମୋଟୁ ଏବଂ ଆନ୍ଧ୍ରପ୍ରଦେଶର କାଲୁର ଜନସାଧାରଣ ବହୁ ପ୍ରଶଂସା କରିଛନ୍ତି ।

ad-week
Leave A Reply

Your email address will not be published.